ନିୟମ ବଦଳାଇଲା ପୋଷ୍ଟ ଅଫିସ୍: ଏଣିକି କମ୍ ସମୟରେ ପଇସା ଡବଲ, ଜାନୁଆରୀ ୧ରୁ ହେଲା ଲାଗୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଅର୍ଥ ନିହାତି ଆବଶ୍ୟକତା ରହିଛି । ତେଣୁ ସମସ୍ତେ କମ୍ ସମୟରେ ନିଜର ସଞ୍ଚିତ ଅର୍ଥରୁ କିପରି ଭଲ ରିଟର୍ଣ୍ଣ ପାଇବେ ସେଥିପାଇଁ ଏକ ଶାନଦାର ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ ଏହି ଅବସରରେ ପୋଷ୍ଟ ଅଫିସ ପକ୍ଷରୁ ଏକ ଭଲ ଖବର ଆସିଛି । ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ପୋଷ୍ଟ ଅଫିସରେ ନୂଆ ନିୟମ ଲାଗୁ କରାଯାଇଛି ।

ଯଦି ଆପଣମାନେ ନିଜର ଅର୍ଥକୁ କମ୍ ସମୟରେ ଡବଲ୍ କରିବାକୁ ଚାହୁଁଥାନ୍ତି, ତେବେ ପୋଷ୍ଟ ଅଫିସ ତରଫରୁ ଏକ ବଢ଼ିଆ ଅଫର ଆସିଛି । ଏ କ୍ଷେତ୍ରରେ କିଷାନ ବିକାଶ ପତ୍ର (କେଭିପି) ଯୋଜନା ଆପଣଙ୍କ ପାଇଁ ଏକ ଶାନଦାର ବିକଳ୍ପ ସାବ୍ୟସ୍ତ ହୋଇପାରେ । କେନ୍ଦ୍ର ସରକାର ଜାନୁଆରୀରୁ ମାର୍ଚ୍ଚ ତିନି ମାସ ପର୍ଯ୍ୟନ୍ତ କିଛି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧ ହାର ବୃଦ୍ଧି କରିଛନ୍ତି । ଉକ୍ତ ଯୋଜନା ମଧ୍ୟରେ କେଭିପି ଯୋଜନା ସାମିଲ ରହିଛି । ବର୍ତ୍ତମାନ ଏହାର ସୁଧ ହାର ବୃଦ୍ଧି କରାଯାଇ ୭.୨୦ ପ୍ରତିଶତ କରାଯାଇଛି ।

ଜାନୁଆରୀ ମାସ ୧ ତାରିଖରୁ କେନ୍ଦ୍ର ସରକାର କେଭିପି ଯୋଜନାର ନିବେଶକଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତିୀ । ପୂର୍ବରୁ ୧୨୩ ମାସରେ ଗ୍ରାହକଙ୍କ ଅର୍ଥ ଦୁଇଗୁଣ ହେଉଥିବା ବେଳେ ଏବେ ୧୨୦ ମାସରେ ଦୁଇଗୁଣ ହୋଇଯିବ । ପୂର୍ବରୁ ଏହି ଯୋଜନାରେ ୭ ପ୍ରତିଶତ ସୁଧ ମିଳୁଥିବା ବେଳେ ଏବେ ୭.୨ ପ୍ରତିଶତ ସୁଧ ମିଳିବ । ଏହି ପରିବର୍ତ୍ତନ ଫଳରେ ଏବେ ମ୍ୟାଚ୍ୟୁରିଟି ୧୦ ବର୍ଷରେ ହୋଇଯିବ । ଆପଣମାନେ ମାତ୍ର ହଜାରେ ଟଙ୍କାରେ ଏହି ସ୍କିମ ଆରମ୍ଭ କରିପାରିବେ । ଏଥିରେ ନିବେଶକଙ୍କୁ ନୋମିନି ସୁବିଧା ମଧ୍ୟ ମିଳିଥାଏ ।