Exclusive: ଓଡ଼ିଶାର ଆକାଶରୁ ଖସିଲା ବିରାଟକାୟ ଉଲକା: ଦେଖିବାକୁ ଲାଗିଲା ଲୋକଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏଭଳି ଦୃଶ୍ୟକୁ ଦେଖିବା ପରେ ଜନସାଧାରଣ ଆଚମ୍ବିତ ହୋଇଯିବା ସହିତ ଭିଡ଼ ମଧ୍ୟ ଲଗାଇଥାନ୍ତି । ତେବେ ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ । ହଠାତ୍ ଆକାଶ ମାର୍ଗରୁ ଏକ ବିରାଟକାୟ ଉଲକା ଖସିଥିଲା । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।

ସୂଚନା ମୁତାବକ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚଣ୍ଡିପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆକାଶ ମାର୍ଗରୁ ଖସି ଭୂମିରେ ପଡ଼ିଥିଲା ଏକ ବିରାଟକାୟ ଉଲକା । ଏହି ଉଲକାଟିର ଆକୃତି ଦେଖିବାକୁ ଏକ ବେଲୁନ ପରି ଥିଲା । ତେବେ ଉଲକାଟିର ଆକୃତି ବେଳକୁ ବେଳ ବଢ଼ି ଚାଲିଥିବା କୁହାଯାଇଥିଲା । ଏହି ଦୃଶ୍ୟ ଦେଖି ଲୋକମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେହି ଅନୁପାତରେ ମମନେମେନେ ଭୟଭୀତ ମଧ୍ୟ ହୋଇଥିଲେ ।

ତେବେ ଏହି ଖବର ଧୀରେଧୀରେ ଚାରିଆଡ଼େ ପ୍ରଘଟ ହୋଇଇଥିଲା । ଏତେବଡ଼ ଉଲକା କେଉଁଠୁ ଆସିଲା, କିପରି ଆସିଲା ଏପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା । ଏହି ଉଲକାଟି ତଳେ ପଡ଼ିବା ପରେ ପ୍ରଚଣ୍ଡ ଶବ୍ଦ କରିଥିଲା । ତେଣୁ ଶବ୍ଦ କେଉଁଠୁ ଆସୁଛି ଭାବି ଲୋକମାନେ ବାହାରକୁ ଦୌଡ଼ିଥିଲେ । ଦେଖିବା ବେଳକୁ ଏକ ବିରାଟକାୟ ଉଲକା ଭୂମିରେ ପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ମାସ ୧୫ ତାରିଖରେ ମଧ୍ୟ ଓଡ଼ିଶାରର ବାଲେଶ୍ୱର ଉପକୂଳ ଆକାଶରେ ଏକ ଉଜ୍ଜ୍ୱଳ ତାରା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଦେଖି ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ । ମାତ୍ର ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ମିସାଇଲ ପରୀକ୍ଷଣ ହେଉଥିବା ନେଇ ଜାଣିବା ପରେ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଥିଲା ।

Get real time updates directly on you device, subscribe now.