fbpx

Phone pay, Google pay’ରେ ମିଳୁନି କି କ୍ୟାସବ୍ୟାକ୍: ଏହି ନୂଆ ଆପ୍ ମାସକୁ ଦେବ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ଗୁଗୁଲ ପେ ଓ ଫୋନ୍ ପେ’ରେ ଆଉ କ୍ୟାସବ୍ୟାକ୍ ମିଳୁନାହିଁ କି ? ତେବେ ବଜାରକୁ ଆସିଛି ଏପରି ଏକ ଆପ୍, ଯେଉଁଥିରେ ଆପଣ ଅତି ସହଜରେ ମାସକୁ ୧ ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହି ଦେୟ ଆପର ନାମ ହେଉଛି ଭାରତ ପେ’ । ଏହି କମ୍ପାନୀ ନିଜର ଗ୍ରାହକମାନଙ୍କୁ ବହୁତ ଆକର୍ଷଣୀୟ ଅଫର ଦେଉଛି । ଏଭଳି ପରିସ୍ଥିତିରେ ଆପଣ ମଧ୍ୟ ଏଠାରୁ ରୋଜଗାର କରିପାରିବେ । ତେବେ ମାସକୁ ୧ ହଜାର ଟଙ୍କା କିପରି ରୋଜଗାର କରିପାରିବେ, ଆସନ୍ତୁ ଜାଣିବା…

ପ୍ରଥମେ କରିବାକୁ ପଡିବ ଏହି କାମ:-

– ସର୍ବପ୍ରଥମେ ଆପଣଙ୍କୁ ଆପରେ “contribute money” ଅପସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
– ଏଠାରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରନ୍ତୁ ।
– ଏହା ପରେ “Link Now” ଉପରେ କ୍ଲିକ୍ କର ଏବଂ ସେଠାରେ ଥିବା ଡ୍ରପ୍ ଡାଉନ୍ ମେନୁକୁ ଯାଆନ୍ତୁ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ ।
– ଏହା ପରେ ଆପଣ ନିଜର ଆଧାର ନମ୍ବର ଏଣ୍ଟର କରନ୍ତୁ ଓ ଏହାକୁ OTP ସାହାଯ୍ୟରେ ଭାଲିଡେଟ କରନ୍ତୁ ।
– ଏହିପରି ଭାବରେ ଆପଣଙ୍କର ଆଧାର KYC ସଂପୂର୍ଣ୍ଣ ହେବ ଏବଂ ଏହା ପରେ ସେଲଫି ନେଇ ଫର୍ମକୁ ସବମିଟ୍ କରନ୍ତୁ ।
– ଏଠାରେ ଆପଣଙ୍କୁ ସମସ୍ତ ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ମାନିବାକୁ ପଡିବ, ତେଣୁ ଏହି ସମ୍ମତି ଦେବା ପରେ ଆପଣଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବ ।
– ବର୍ତ୍ତମାନ ଆପଣ ନିଜ ଆକାଉଣ୍ଟରେ ଟଙ୍କା ଜମା କରନ୍ତୁ ଏବଂ ଏହା ଉପରେ ୧୨% ସୁଧ ପାଇ ପାରିବ ।

୧୦୦୦ ଟଙ୍କା ମିଳିବ :-
ଭାରତ ପେ’ ବର୍ତ୍ତମାନ ଗ୍ରାହକଙ୍କୁ ବହୁତ ଭଲ ଅଫର ଦେଉଛି । ଏପରି ପରିସ୍ଥିତିରେ, ଆପଣ ଏଠାରେ ନିବେଶ କରିପାରିବେ । ମାର୍କେଟ ତୁଳନାରେ ଆପଣଙ୍କୁ ଏଠାରେ ଭଲ ସୁଧ ଦିଆଯାଉଛି । ଏହାର ସବୁଠାରୁ ବଡ଼ ଖାସ୍ କଥା ହେଉଛି କି, ଆପଣଙ୍କୁ ଏଠାରେ ପ୍ରତିଦିନ ସୁଧ ଦିଆଯାଉଛି । ଯେଉଁଥିପାଇଁ ଆପଣ ଅଧିକ ମାସିକ ରୋଜଗାର କରିବାର ସୁଯୋଗ ପାଇବେ । ଯଦି ଆପଣ ଏହି ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ପ୍ରାୟ ୩୨ ଟଙ୍କା ସୁଧ ଦିଆଯିବ । ଏହି ଉପାୟରେ ଆପଣ ଏକ ମାସରେ ୧୦୦୦ ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.