fbpx

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼, ୯ା୧୨(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଦମ୍ବବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ଉପଜିଲ୍ଲାପାଳ । ଡିସେମ୍ବର ୩୧ରୁ ଜାନୁଆରି ୧୦ଯାଏଁ ଧନୁଯାତ୍ରା ଅନୁଷ୍ଠିତ ହେବ । ଏହା ୭୧ତମ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ ପୂର୍ବରୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ କମିଟି ସଭ୍ୟ ଉପସ୍ତିତ ରହିଥିଲେ । ଆଜି ଶ୍ରୀକୃଷ୍ଣ, ବଳରାମ ଓ ଅନ୍ୟ କଳାକାରଙ୍କ ବରଣ ହେବ ।ଏହାସହ ଜିରା ନଦୀ କଦମ୍ବ ବନ ପଡ଼ିଆକୁ ସାଂସ୍କୃତିକ ଶୋଭାଯାତ୍ରା ଯିବ ବୋଲି ସୂଚନା ରହିଛି ।
ଦର୍ଶକଙ୍କ ପାଇଁ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଭଜନ ସନ୍ଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.