fbpx

ଭାରତରେ ଲଞ୍ଚ ହେଲା ଖାସ୍ Smart Glass: କଲିଂ କରିବା ସହିତ ମ୍ୟୁଜିକ୍ ଶୁଣିପାରିବେ, ମୋବାଇଲ, ଇୟରଫୋନ, ବ୍ଲୁଟୁଥକୁ ବାଏ ବାଏ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଆମେ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ, ଇୟରଫୋନ, ବ୍ଲୁଟୁଥ ଆଦି ଡିଭାଇସ ବ୍ୟବହାର କରୁଥିବା ବେଳେ ଆଗାମୀ ଦିନରେ ଏ କ୍ଷେତ୍ରରେ ଅନେକ ଡେଭଲପ୍ ଦେଖିବାକୁ ମିଳିବ । ତେବେ ଏଣିକି ଆପଣମାନେ ଚଷମା ପିନ୍ଧି କଥାହେବା ସହିତ ମ୍ୟୁଜିକ୍ ଶୁଣିପାରିବେ । ନିକଟରେ କିଛି କମ୍ପାନୀ ଶସ୍ତାରେ ଖାସ୍ ଗ୍ଲାସ ଲଞ୍ଚ କରିଛନ୍ତି ।

ତେବେ ବର୍ତ୍ତମାନ ମୋବାଇଲର ଜମାନା ରହିଥିବା ବେଳେ ଏହି ସ୍ମାର୍ଟ ଗ୍ଲାସ ମାର୍କେଟରେ ବହୁତ କମ୍ ଦେଖିବାକୁ ମିଳୁଛି । କିଛି କମ୍ପାନୀ ଶସ୍ତାରେ ଏପରି କିଛି ଗ୍ଲାସ ଲଞ୍ଚ କରିଛନ୍ତି । ଏହି ଗ୍ଲାସର ଖାସିୟତ ହେଉଛି, ଏହାଦ୍ୱାରା ଆପଣମାନେ ଗୀତ ଶୁଣିବା ସହ କଲିଂ ମଧ୍ୟ କରିପାରିବେ । ଏଥିରେ ଦୁଇଟି ସ୍ପିକର ରହିଥିବା ବେଳେ ଗୋଟିଏ ମାଇକ୍ରୋଫୋନ୍ ଓ ୨-୩ଟି ବଟନ୍ ରହିଛି । ଆପଣମାନେ ଏହି ଚଷମାକୁ ଲଗାଇ ଆରାମରେ ମ୍ୟୁଜିକ ଶୁଣିପାରିବେ ।

ତେବେ ଏହି ଗ୍ଲାସ ଯଦିଓ ମଣିଷକୁ ଅନେକ କ୍ଷେତ୍ରରେ ମନୋରଞ୍ଜନର ଖୋରାକ ଯୋଗାଇବ, ତଥାପି ଏହାର କିଛି ନକାରାତ୍ମକ ଦିଗ ମଧ୍ୟ ରହିଛି । ଯଦି ଆପଣ ରାସ୍ତାରେ ଯାଉଥିବା ବେଳେ ଗୀତ ଶୁଣୁଥିବେ, ତେବେ ଆପଣଙ୍କ ସାଇଡରେ ଯିଏ ଯାଉଥିବେ, ସେ ବି ଏହି ଗୀତକୁ ଶୁଣିପାରିବ । କାରଣ ଏହାର ଅଡିଓ ଭଲ୍ୟୁମ୍ ଅଧିକ ରହିଥାଏ । ଏହାର ମାଇକ୍ରୋଫୋନ ବେଷ୍ଟ ରହିଥିବାରୁ ଏଥିରେ ସହଜରେ କଲିଂ କରିହେବ । ଚାର୍ଜ କରିବା ପାଇଁ ଏଥିରେ ଟାଇପ୍ ସି ପୋର୍ଟ ନାହିଁ । ତେବେ ପୂର୍ବରୁ ଅନେକ କମ୍ପାନୀ ସ୍ମାର୍ଟ ଗ୍ଲାସ୍ ନିର୍ମାଣ କରିଥିବା ବେଳେ ତାହାର ଦାମ୍ ବହୁତ ଅଧିକ ରହିଥିଲା ।

Get real time updates directly on you device, subscribe now.