fbpx

INDvSL: ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୪ ଉଇକେଟ୍‌ରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ନୂଆଦିଲ୍ଲୀ: କୋଲକାତାର ଇଡେନ୍ ଗାଡେନ୍‌ରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୪ ଉଇକେଟ୍‌ରେ ବିଜୟ ହାସଲ କରିଛି । ଏହା ସହିତ ପ୍ରଥମ ଦୁଇ ମ୍ୟାଚ୍ ଜିତି ଭାରତ ସିରିଜ ଉପରେ ମଧ୍ୟ କବଜା କରିଛି । ଏଭଳି ସ୍ଥିତିରେ ତ୍ରଭେନ୍ଦ୍ରମ୍‌ରେ ହେବାକୁ ଥିବା ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ସମ୍ମନ ରଖିବାକୁ ଖେଳିବ ।

ଶ୍ରୀଲଙ୍କା ଅଧିନାୟକ ଦାଶୁନ ସନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୧୫ ରନ୍ ସଂଗ୍ରହ କରି ପାରିଥିଲା। କିନ୍ତୁ ଶ୍ରୀଲଙ୍କା ମାତ୍ର ୨୧୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ବ୍ୟଟ୍ସମ୍ୟାନ୍ ସମ୍ପୁର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନଥିଲେ । ଭାତୀୟ ବୋଲରମାନେ ଶ୍ରୀଲଙ୍କାକୁ ୩୯ ଓଭର ୪ଟି ବଲ୍‌ରେ ଅଲଆଉଟ କରି ଦେଇଥିଲେ । ନୁବାନୁଡୁ ଫର୍ଣ୍ଣାଡୋ ଶ୍ରୀଲଙ୍କା ପାଇଁ ସର୍ବାଧିକ ୫୦ ରନ୍ ସ୍କୋର କରିଥିଲେ । ଅନ୍ୟପଟେ ଭାରତ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୩ଟି ଲେଖାଏଁ ଉଇକେଟ୍ ପାଇଥିଲେ ।

୨୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୨ ଓଭରରେ ୬ ଉଇକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲା । ଭାରତ ପାଇଁ କେ.ଏଲ. ରାହୁ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ପଛକୁ ହାର୍ଦିକ ପଣ୍ଡ୍ୟା ୫୩ ବଲ୍‌ରେ ୩୬ ରନ୍ ଏବଂ ଶ୍ରେୟସ୍ ଆୟର ୨୮ ରନ୍ କରିଥିଲେ । ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ କେ.ଏଲ. ରାହୁଲ ଖୁବ୍ ପରିଶ୍ରମ କରିଥିଲେ । ରାହୁଲ ୧୦୩ ବଲ୍‌ରେ ୬୪ ରନ୍ ସ୍କୋର କରିଥିଲେ ।

 

Get real time updates directly on you device, subscribe now.