fbpx

ଯଦି କେନ୍ଦ୍ର ସରକାର ନିଷ୍ପତି ନେବେ, ତେବେ ଦିଲ୍ଲୀରେ ନିର୍ବାଚିତ ସରକାର କ’ଣ ପାଇଁ: ସୁପ୍ରିମକୋର୍ଟ

ନୁଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଅଧିକାରୀଙ୍କ ଭାଗ ବଣ୍ଟାକୁ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ। ‘ଯଦି ପ୍ରଶସନଠାରୁ ଆରମ୍ଭ କରି ସମସ୍ତ ନିଷ୍ପତି କେନ୍ଦ୍ର ସରକାରଙ୍କ ନିର୍ଦେଶରେ ହେଉଛି, ତେବେ ଦିଲ୍ଲୀରେ ନିର୍ବାଚିତ ସରକାରର ଆବଶ୍ୟକତା କ’ଣ ଅଛି’ ବୋଲି ମୁଖ୍ୟ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ପ୍ରଶ୍ନ କରିଛନ୍ତି । ଗତକାଲି ମୁଖ୍ୟବିଚାରପତିଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ତେବେ ଖଣ୍ଡପୀଠଙ୍କ ଏହି ମନ୍ତବ୍ୟ ଉପରେ ସଲିସିଟର ତୁଷାର ମେହେଟା କହିଥିଲେ ଯେ, ପ୍ରଶାସନିକ ଅଧିକାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିଥାଏ । କିନ୍ତୁ ସେମାନେ ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥାନ୍ତି ଏବଂ ସମ୍ପୃକ୍ତ ବିଭାଗକୁ ରିପୋର୍ଟ କରିଥାନ୍ତି । ଏହାପରେ ମୁଖ୍ୟବିଚାରପତି କହିଥିଲେ, ‘ଏଭଳି କଥାକୁ ବ୍ୟାଖ୍ୟା କଲେ ଅଜବ ସ୍ଥିତି ସୃଷ୍ଟି ହେଉଛି । ଏହା ଉପରେ ସେ କହିଥିଲେ କି, ଧରି ନିଅନ୍ତୁ ଦିଲ୍ଲୀ ସରକାରଙ୍କ ଅଧିନରେ ଥିାବ କୋଣଶି କର୍ମଚାରୀ ଠିକ୍ ଭାବେ କାର୍ଯ୍ୟ କରି ପାରୁନାହିଁ । କିନ୍ତୁ ତାଙ୍କର ନିଯୁକ୍ତି, ବଦଳି ଆଦୀ କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିଛି । ଏଭଳି ପରିସ୍ଥିତିରେ କିପରି ଦିଲ୍ଲୀ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ପ୍ରଶ୍ନ କରିଥିଲେ । କଣ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରିଙ୍କୁ ବଦଳିକରିପାରିବେ ନାହିଁ?

ଏହାର ଉତ୍ତରରେ ତୁଷାର ମେହେଟା କହିଥିଲେ କି ଏଥିପାଇଁ ଏକ ପ୍ରକ୍ରିୟା ରହିଛି । ଏଭଳି ହେଲେ ଦିଲ୍ଲୀ ସରକାର କିମ୍ବା ସମ୍ପୃକ୍ତ ମନ୍ତ୍ରଳାୟ ଉପରାଜ୍ୟପାଳଙ୍କୁ ଏ ବିଷୟରେ ଅବଗତ କରାନ୍ତି । ଏହି ସୂଚନାକୁ ଉପରାଜ୍ୟପାଳ ଏବଂ କେନ୍ଦ୍ର ସରକାଙ୍କ ସମ୍ବଧିତ ବିଭାଗକୁ ପଠାଯାଇଥାଏ, ଏବଂ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ଏହା ସହିତ ତୁଷାର ମେହେଟା କହିଥିଲେ ଯେ, ଦିଲ୍ଲୀ ଉପରାଜ୍ୟପାଳଙ୍କ ହାତରେ ପ୍ରଶାସନିକ କ୍ଷମତା ରହିଥାଏ । ଦିଲ୍ଳୀରେ ପ୍ରଶାସନିକ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଖରେ ରହିବା ଜରୁରି । କାରଣ ରାଜଧାନୀ ଦିଲ୍ଲୀ ଆତଙ୍କବାଦ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲାକୁ ନେଇ ସମ୍ବେଦନଶୀଳ ସ୍ଥାନ ଅଟେ । ଦିଲ୍ଳୀରେ ପ୍ରଶାସନ ରାଷ୍ଟ୍ରୀୟ ଚିନ୍ତାକୁ ଧ୍ୟାନରେ ରଖି ପରିଚାଳନା କରାଯାଏ । ଏହାବାଦ୍ ପଡ଼ୋଶୀ ରାଜ୍ୟ ସହିତ ଭଲ ସମ୍ପର୍କ ରଖିବା ପାଇଁ ମଧ୍ୟ କେନ୍ଦ୍ର ପାଖରେ ନିୟନ୍ତ୍ରଣ ରହିବା ଜରୁରି ।

ଏହି ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସମ୍ପ୍ରସାରଣ ବୋଲି ତୁଷାର ମେହେଟା ବର୍ଣ୍ଣନା କରିଥିଲେ । ସେ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରିବାର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାର ଏହାର ଅଧିକାରୀଙ୍କ ମାଧ୍ୟମରେ ସେଠାରେ ପ୍ରଶାସନ ଚଳାଇବାକୁ ଚାହୁଁଛନ୍ତି । ତେବେ ପ୍ରଧାନ ବିଚାରପତି ଏହା ଉପରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି କେନ୍ଦ୍ର ସରକାରଙ୍କୁ ପ୍ରଶାସନ ଚଳାଇବାକୁ ପଡିବ, ତେବେ ନିର୍ବାଚିତ ସରକାରଙ୍କ ଅର୍ଥ କ’ଣ?

Get real time updates directly on you device, subscribe now.