ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଶୀତର ପ୍ରକୋପ ଜାରୀ ରହିଥିବା ବେଳେ ଏହା କିଛି ମାତ୍ରାରେ କମିଛି । ଫଳରେ ଲୋକେ ଏହି ଥଣ୍ଡାରୁ ଟିକିଏ ଆସ୍ୱସ୍ଥି ପାଇଛନ୍ତି । ତେବେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକି ଆସନ୍ତା ୧୭ ତାରିଖ ବେଳକୁ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ୯ଟି ଜିଲ୍ଲାରେ ହାଲୁକା ଏବଂ ମଧ୍ୟମ ଧରଣବର୍ଷା ନେଇ ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଗିପାଗ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ସମେତ ଯଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ପଶ୍ଚିମା ଝଡକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥିସହିତ ସତର୍କ ରହିବାକୁ ପାଣିପାଗ ବିଭାହ ପରାମର୍ଶ ଦେଇଛି ।