fbpx

ୟୁକ୍ରେନର ଡିନପ୍ରୋ ଉପରେ ପୁଣି ଋଷର ଆକ୍ରମଣ, ମିଜାଇଲ ମାଡ଼ରେ ୧୨ ମୃତ୍ୟୁ

ନୂଆଦିଲ୍ଲୀ :ଶନିବାର ଦିନ ଋଷ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଋଷର କ୍ଷେପଣାସ୍ତ୍ର ୟୁକ୍ରେନର ଅନେକ ସହରକୁ ଟାର୍ଗେଟ କରି ବୋମା ମାଡ଼ କରିଥିଲା । ସୂଚନାନୁସାରେ, ରୁଷ ଦ୍ୱାରା ହୋଇଥିବା ବୋମା ବିସ୍ଫୋରଣରେ ଡିନପ୍ରୋ ସହରରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସହରର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କୋଠା ଉପରେ ବିସ୍ଫୋରଣ ହୋଇଥିଲା।

ସୂଚନା ଅନୁଯାୟୀ, ଋଷ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା। ୟୁକ୍ରେନର ପଶ୍ଚିମ ପଡୋଶୀ ମଲଡୋଭାରେ ମଧ୍ୟ କ୍ଷେପଣାସ୍ତ୍ରର ଆବର୍ଜନା ଦେଖିବାକୁ ମିଳିଥିଲା। ଆକ୍ରମଣ ପରେ ପୂର୍ବ-କେନ୍ଦ୍ରୀୟ ୟୁକ୍ରେନର ଡିନପ୍ରୋ ସହରର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାରକାରୀମାନେ ରାତିସାରା କାର୍ଯ୍ୟ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡିନପ୍ରୋ ବ୍ୟତୀତ କିଭ ଏବଂ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଋଷ ଦ୍ୱାରା ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ବହୁ କ୍ଷତି ହେଇଛି।

ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଶକ୍ତି ଭିତ୍ତିଭୂମି ବିସ୍ଫୋରଣ ପରେ ଆଗାମୀ ଦିନରେ ବିଦ୍ୟୁତ ସରବରାହ ବନ୍ଦ ହୋଇପାରେ। ଋଷର କ୍ଷେପଣାସ୍ତ୍ର ମାଧ୍ୟମରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହର କିଭରେ ରିହ ମଧ୍ୟ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣ ଖବର ପାଇବା ପରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଡିନପ୍ରୋ ଆପାର୍ଟମେଣ୍ଟ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

 

 

Get real time updates directly on you device, subscribe now.