fbpx

ଓଡ଼ିଶାକୁ ଆଜି ଆସିବ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା: ଗୁରୁବାରରୁ ପୁଣି ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ପୁଣି କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ, ଆଜି ୧ଲକ୍ଷ କୋଭିସିଲଡ୍ ଟିକା ଓଡ଼ିଶାକୁ ଆସିବ । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି, ଏହି ଟୀକା ଆସିବା ପରେ ସମସ୍ତ ଜିଲ୍ଲାକୁ ଭାଗ କରି ଦିଆଯିବ । ଏହାସହ ଟୀକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯିବ ।

ସେ କହିଛନ୍ତି, ଚୀନରେ ସଂକ୍ରମଣ ବଢିବାର ଏକ ମାସରୁ ଉଦ୍ଧ୍‍ର୍ ସମୟ ବିତି ସାରିଛି । ତେବେ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି । ଆଇସିଏମଆରର ଗାଇଡଲାଇନ ଅନୁସାରେ ନମୁନା ପରୀକ୍ଷଣ କରାଯାଉଛି । ତେବେ ଓଡିଶାରେ ସ୍ଥିତି ଭଲଅଛି । ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରାଯାଉଛି ।

ତେବେ ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି ଉପଲବ୍ଧ ହେବ ଟିକା । କୋଭିଡ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଯେଉଁମାନଙ୍କର ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଛି, ସେମାନେ ଟିକା ନେଇପାରିବେ । ଏନେଇ ଟ୍ୱିଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ସାରା ରାଜ୍ୟରେ ଉପଲବ୍ଧ ହେବ ଟିକା । ଚିହ୍ନଟ DHH, SDH, CHC ଓ PHCରେ ମିଳିବ ଟିକା । ଜାତୀୟ ଭ୍ୟାକ୍ସିନେସନ ପ୍ରୋଗ୍ରାମରେ ଟିକା ଦିଆଯିବ ବୋଲିଂ କୁହାଯାଇଛି ।

Get real time updates directly on you device, subscribe now.