fbpx

PNB-ICICI-HDFC ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ମେଣ୍ଟେନ୍ କରିବାକୁ ପଡ଼ିବନାହିଁ ସର୍ବନିମ୍ନ ବାଲାନ୍ସ !

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କେବେ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ମେଣ୍ଟେନ ପାଇଁ ଜରିମାନା ଦେବାକୁ ପଡ଼ିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ହୋଇପାରେ ଆଗାମୀ ସମୟରେ ଏପରି ପରିସ୍ଥିତିରେ ଆପଣଙ୍କୁ ଆଉ ଜରିମାନା ଦେବାକୁ ନପଡ଼ିପାରେ । ନୂଆ ନିୟମ ଅନୁସାରେ, ଏଣିକି ଆକାଉଣ୍ଟରେ ମିନିମମ ବାଲାନ୍ସ ମେଣ୍ଟେନ ରଖିବାକୁ ପଡ଼ିବ ନାହିଁ ।

ତେବେ ଅଲଗା ଅଲଗା ବ୍ୟାଙ୍କ ଓ ଆକାଉଣ୍ଟ ହିସାବରେ ମିନିମମ ବାଲାନ୍ସର ଅଳଗା ରାଶି ଧାର୍ଯ୍ୟ କରାଯାଇଛି । ମିନିମମ ବାଲାନ୍ସ ମେଣ୍ଟେନ ନରଖିବା ଦ୍ୱାରା ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ୁଛି ।

ମିନିମମ୍ ବାଲାନ୍ସ ଉପରେ ବଡ଼ ବୟାନ :-
ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ ରଖିବା ନେଇ ଅର୍ଥ ରାଜ୍ୟମନ୍ତ୍ରୀ ଭଗବନ୍ତ କିଶନରାଓ କରାଡ ଗତ କିଛି ଦିନରେ ଏକ ବଡ଼ ବୟାନ ଦେଇଥିଲେ । ସେ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡକୁ ଆବେଦନ କରି କହିଥିଲେ ଯେ, ମିନିମମ ବାଲାନ୍ସ ନରଖିଥିବା ଆକାଉଣ୍ଟ ଉପରେ ଜରିମାନା ଶେଷ କରିବାର ନିଷ୍ପତ୍ତି ନେଇପାରିବେ ।

କରାଡ କହିଥିଲେ ଯେ, ବ୍ୟାଙ୍କଗୁଡ଼ିକ ସ୍ୱାଧୀନ ସଂସ୍ଥା । ଏଭଳି ପରିସ୍ଥିତିରେ ସର୍ବନିମ୍ନ ରାଶି ନ ରଖିବାରୁ ବୋର୍ଡ ଅଫ ଡାଇରେକ୍ଟରମାନେ ଜରିମାନା ଛାଡ଼ କରିପାରିବେ ।

Get real time updates directly on you device, subscribe now.