fbpx

OIC ଲାଗୁକଲା ନୂଆ ନିୟମ: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଆଉ ଉଠିବନି କଶ୍ମୀର ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ତେବେ ଅଧିକାଂଶ ସମୟରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଇସଲାମିକ ସହଯୋଗ ସଂଗଠନ (ଓଆଇସି)ରେ ଉଠାଇଥାଏ । ସାରା ବିଶ୍ୱରେ ଓଆଇସି ଦ୍ୱିତୀୟ ସର୍ବୃବୃହତ ସଂଗଠନ ହୋଇଥିବା ବେଳେ ଏବେ ଏହି ସଂଗଠନ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏହି ନୂଆ ନିୟମ ଆଧାରରେ ଆଗକୁ ପାକିସ୍ତାନ ଆଉ କଶ୍ମୀର ପ୍ରସଙ୍ଗ ଉଠାଇ ପାରିବ ନାହିଁ ।

ପୂର୍ବରୁ କୌଣସି ଇସଲାମିକ ଦେଶ ପ୍ରସ୍ତାବ ଆଣିଲେ ତାହାକୁ ସମସ୍ତ ଦେଶକୁ ମାନିବାକୁ ପଡ଼ୁଥିଲା । ମାତ୍ର ଏଥର ନିୟମରେ ପରିବର୍ତ୍ତନ କରାଯାଉଛି । ଫଳରେ ଏହାର ସିଧାସଳଖ ପ୍ରଭାବ ପାକିସ୍ତାନ ଉପରେ ପଡ଼ିବ । ଅରବ ଦେଶଗୁଡ଼ିକର ଉଦ୍ୟମରେ ଏହି ପରିବର୍ତ୍ତନ କରାଯାଉଛି । ପୂର୍ବରୁ ସଦସ୍ୟ ଦେଶଗୁଡ଼ିକର ପ୍ରସ୍ତାବକୁ ବିନା ସଙ୍କୋଚରେ ପାରିତ କରି ଦିଆଯାଉଥିଲା । ଫଳରେ ଏହାର ଫାଇଦା ଉଠାଇ ପାକିସ୍ତାନ ପ୍ରତ୍ୟେକ ଥର ଏହି ଫୋରମରେ କଶ୍ମୀର ସହ ଜଡ଼ିତ ପ୍ରସ୍ତାବ ଆଣୁଥିଲା । ଫଳରେ ତାହାକୁ ବିନା କିଛି ଯୁକ୍ତିତର୍କରେ ପାରିତ କରାଇ ଦିଆଯାଉଥିଲା ।

ତେବେ ବର୍ତ୍ତମାନ ନିୟମରେ ପରିବର୍ତ୍ତନ କାରଣରୁ ପାକିସ୍ତାନକୁ ପୂର୍ବ ପରି ଫାଇଦା ମିଳିବା ମୁସ୍କିଲ ହୋଇ ପଡ଼ିବ । ଏଣିକି ପାକିସ୍ତାନ ଯଦି ଓଆଇସି ଫୋରମରେ କଶ୍ମୀର ପ୍ରସଙ୍ଗ ଉଠାଇବ, ତେବେ ଅନ୍ୟ ଦେଶମାନେ ଏହି ମାମଲାରେ ସେମାନଙ୍କର ନିଜ ନିଜର ରାୟ ରଖିବେ । ଏହି ସଂଗଠନରେ ମୋଟ ୫୬ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି । ଅର୍ଥାତ ପାକିସ୍ତାନକୁ ଏବେ କଶ୍ମୀର ପ୍ରସଙ୍ଗରେ ବହୁମତ ମିଳିବ ନାହିଁ ।

Get real time updates directly on you device, subscribe now.