fbpx

ଭୁବନେଶ୍ୱରରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ; ବିବାହ ପୂର୍ବରୁ କରିବେ ଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ନିକଟରେ ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି । ଯାହାକୁ ଖୁବ୍ ଧୁମଧାମରେ ପରିବାର ଲୋକ ପାଳନ କରିଥିଛନ୍ତି । ତେବେ ବିବାହ ପୂର୍ବରୁ ଅନନ୍ତ ଅମ୍ବାନୀ ଓଡିଶ ଗସ୍ତରେ ଆସିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବିବାହ ପୁର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଓଡିଶା ଆସିଥିବା ଜଣାପଡିଛି ।

ତେବେ ଜାନୁଆରୀ ୧୨ ତାରିଖରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଡାଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏହାକୁ ଖୁବ୍ ଧୁମାଧାମର ସହ ସେଲିବ୍ରେଟ୍ କରିଥିଲେ ପରିବାର ଲୋକେ । ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ସହିତ ତାଙ୍କ ଧର୍ମପତ୍ନୀ ନୀତା, ଝିଅ ଈଷା ଓ ତାଙ୍କର ପତି ଆନନ୍ଦ ପିରାମଲ, ବଡ଼ ପୁଅ ଆକାଶ ଓ ତାଙ୍କର ପତ୍ନୀ ଶ୍ଲୋକା ମେହତା ଡ୍ୟାନ୍ସ କରୁଥିଲେ । ଅନନ୍ତ-ରାଧିକାଙ୍କର ନିର୍ବନ୍ଧ ସମୟର ଉତ୍ସବ ମୁକେଶଙ୍କର ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବଲିଉଡ ଓ ରାଜନୀତି ସହିତ ଅନ୍ୟ କ୍ଷେତ୍ର ସହ ଜଡ଼ିତ ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

ନିକଟରେ ମୁକେଶ ବ୍ରାଣ୍ଡ ସଂରକ୍ଷରତା ସୂଚକାଙ୍କ ୨୦୨୩ରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଓ ଗୁଗଲ ସିଇଓ ସୁନ୍ଦର ପିଚାଈଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ସୂଚକାଙ୍କରେ ମୁକେଶ ଭାରତରେ ପ୍ରଥମ ଓ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବ୍ରାଣ୍ଡ ଫାଇନାନ୍ସ ପକ୍ଷରୁ ବ୍ରାଣ୍ଡ ଫାଇନାନ୍ସ ସୂଚକାଙ୍କ ପରି ନିଜର ବ୍ରାଣ୍ଡ ସଂରକ୍ଷରତା ସୂଚକାଙ୍କ ପ୍ରସ୍ତୁତ କରିଥିଲା । ବ୍ରାଣ୍ଡ ମଜବୁତ ସୂଚକାଙ୍କ ନିଜର କର୍ପୋରେଟ ବ୍ରାଣ୍ଡ ମୂଲ୍ୟାଙ୍କନକୁ ରେଖାଙ୍କିତ କରିଥାଏ ।

Get real time updates directly on you device, subscribe now.