fbpx

Oscars Award ପାଇଁ ନୋମିନେଟ୍ ହେଲା ‘Natu Natu’, ବିଶ୍ୱସ୍ତରରେ ପୁଣି କମାଲ କଲା RRR

ନୂଆଦିଲ୍ଲୀ: ଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆର ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ କମାଲ କରିଛି । ଓସ୍କାର ପୁରସ୍କାର ୨୦୨୩ ନୋମିନେସନରେ ଫିଲ୍ମର ଗୀତ ‘ନାଟୁ ନାଟୁ’ ସ୍ଥାନ ପାଇଛି । ବେଷ୍ଟ ଅରିଜିନାଲ ଗୀତ କ୍ୟାଟେଗୋରୀରେ ଏହା ନୋମିନେଟ୍ ହୋଇଛି । ତେବେ ଏହି କ୍ରମରେ ‘ନାଟୁ ନାଟୁ’ ବିଶ୍ୱର ଅନ୍ୟତମ ଗାୟିକା ଲେଡି ଗାଗା ଓ ରି-ରିଙ୍କ ଗୀତକୁ ପଛରେ ପକାଇ ଦେଇଛି ।

ଓସ୍କାର୍ସ ଆୱାର୍ଡରେ ଆରଆରଆର ସାମିଲ ହୋଇଥିବା ବେଳେ ଫିଲ୍ମ ଏହି ପୁରସ୍କାର ଜିତିବା ପାଇଁ ପ୍ରବଳ ଦାବିଦାର ବୋଲି କୁହାଯାଉଛି । ‘ନାଟୁ ନାଟୁ’ ଗୀତକୁ ଏମ.ଏସ କୀରାବାନୀ କମ୍ପୋଜ କରିଥିବା ବେଳେ ଅଭିନୟ କରିଛନ୍ତି ଦୁଇ ସାଉଥ୍ ଷ୍ଟାର ଜୁନିୟର ଏନଟିଆର ଓ ରାମ ଚରଣ । ତେବେ ଆରଆରଆର ଫିଲ୍ମଟି ବିଶ୍ୱସ୍ତରର ଅନେକ ବଡ଼ ବଡ଼ ସେଲିବ୍ରେଟିଙ୍କ ଗୀତକୁ ମଧ୍ୟ ପଛରେ ପକାଇ ଦେଇଛି ।

‘ନାଟୁ ନାଟୁ’ ଭାରତ ପାଇଁ ଓସ୍କାର ଆୱାର୍ଡ ଜିତିବ ବୋଲି ଫ୍ୟାନ୍ସ ଆଶା କରି ରହିଛନ୍ତି । ଓସ୍କାର ଆୱାର୍ଡସ ୨୦୨୩ ନୋମିନେସନ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର ବବର୍ଲି ହିଲ୍ସରେ ଆୟୋଜିତ ହୋଇଥିଲା । ନୋମିନେସନର ହୋଷ୍ଟ ରିଜ ଅହମ୍ମଦ ଓ ଅଭିନେତ୍ରୀ ଏଲୀସନ ୱିଲିୟମ୍ସ କରିଥିଲେ । ଭାରତୀୟ ସିନେମା ପାଇଁ ଆଜିର ଦିନଟି ବହୁତ ବଡ଼ଦିନ ଥିଲା । ଶନକ ସେନଙ୍କ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ‘ଅଲ ଦି ବ୍ରେଥେସ’ ଚଳିତ ଥର ମଧ୍ୟ ଓସ୍କାର ଆୱାର୍ଡସ ୨୦୨୩ରେ ପାଇଁ ନୋମିନେଟ୍ ହୋଇଛି । ଏଥିସହିତ ନିର୍ଦ୍ଦେଶକ ଗୁନୀତ ମୋଙ୍ଗୀଙ୍କ ‘ଦି ଏଲିଫ୍ୟାଣ୍ଡ ହ୍ୱିସଫରର୍ସ’ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ପାଇଁ ନୋମିନେଟ୍ ହୋଇଛି ।

Get real time updates directly on you device, subscribe now.