fbpx

କେନ୍ଦ୍ର ସରକାର ଲଗାଇ ପାରନ୍ତି ଏହି ଯୋଜନାରେ ମୋହର ,ଯାହା ପରେ ଝିଅଙ୍କ ସମସ୍ୟା ହେବ ଦୂର

ନୂଆଦିଲ୍ଲୀ: ଚଳିତ ଥର ବଜେଟ ଉପରେ ସଭିଁଙ୍କ ନଜର। ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ। ଏହାପୂର୍ବରୁ ଭାରତର ବିଭିନ୍ନ ଶିଳ୍ପ ଏବଂ ନିବେଶକମାନେ ଏକ ସନ୍ତୁଳିତ ବଜେଟକୁ ଅପେକ୍ଷା କରିଛନ୍ତି ଯାହା ଅନେକ ସଂସ୍କାର ଉପରେ ଧ୍ୟାନ ଦେଇଥାଏ। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରିପୋର୍ଟ ଅନୁଯାୟୀ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ (ଏସସିଏସ୍ଏସ୍) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା (SSY) ପରି କ୍ଷୁଦ୍ର ସଞ୍ଚୟ ଯୋଜନା ମଧ୍ୟ ଚଳିତ ବର୍ଷର ବଜେଟରେ ସରକାରଙ୍କଠାରୁ ବୃଦ୍ଧି ଆଶା କରାଯାଉଛି ।

ସୂଚନାମୁତାବକ ଝିଅ ମାନଙ୍କ ବିବାହ ଏବଂ ଉତ୍ତମ ଶିକ୍ଷା ପାଇଁ ଝିଅମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଛୋଟ ସଞ୍ଚୟ ଯୋଜନା ଅଧୀନରେ ସୁକନ୍ୟା ସମୃଦ୍ଧି ଯୋଜନା (SSY) ରେ ବିନିଯୋଗ କରିପାରିବେ। ୧୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବାଳିକା ଶିଶୁର ଅଭିଭାବକ କିମ୍ବା ପିତାମାତା ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନା ଅନ୍ତର୍ଗତ ବିନିଯୋଗ କେବଳ ୨୫୦ ରୁ ଆରମ୍ଭ ହୋଇଥିବାବେଳେ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ବିନିଯୋଗ ହୋଇପାରିବ । ବର୍ତ୍ତମାନ ସୁକନ୍ୟାସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ସୁଧ ଉପଲବ୍ଧ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଦୀ ସରକାରଙ୍କ ଅନ୍ତିମ କେନ୍ଦ୍ର ବଜେଟ୍ ନିବେଶକମାନଙ୍କ ପାଇଁ ଏକ ବଡ଼ ଆରାମ ହୋଇପାରେ କାରଣ ସାଧାରଣ ନିର୍ବାଚନ ୨୦୨୪ ରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନୀତି ଆୟୋଗ ଏବଂ ସଂପୃକ୍ତ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ବଜେଟ୍ ପ୍ରସ୍ତୁତ କରେ ଯାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଫେବୃଆରୀ ୧ରେ ଉପସ୍ଥାପିତ ହେବ।

Get real time updates directly on you device, subscribe now.