fbpx

ଠିକ୍ ନଥିଲା ASI ଗୋପାଳ ଦାସ୍‌ଙ୍କ ମାନସିକ ସ୍ଥିତି, ଜାଣନ୍ତୁ ନବ ଦାସ୍‌ଙ୍କୁ ଗୁଳି ମାଡ଼ ବିଷୟରେ କ’ଣ କହିଲେ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ୍ ତାଙ୍କୁ ଗୁଳି ମାରିଥିଲେ। ଗୁଳି ନବ ଦାସଙ୍କ ଛାତିରେ ପସି ବାହାରି ଯାଇଥିବା କୁହାଯଉଛି। ତେବେ ଏଏସଆଇ ଗୋପାଳ ଦାସ୍‌ଙ୍କ ବିଷୟରେ ସଂଘାତିକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥିଲା। ଏଥିପାଇଁ ସେ ନିୟମିତ ଡାକ୍ତରକଙ୍କ ସହିତ ପରାମର୍ଶ କରି ଔଷଧ ମଧ୍ୟ ଖାଉଥିଲେ। ତେବେ ଗୋପାଳ ଏଭଳି ପଦକ୍ଷେପ କଣ ପାଇଁ ନେଲେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଗୋପାଳଙ୍କ ସ୍ତ୍ରୀ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ଗତକାଲି କଥା ହୋଇଥିଲେ । ସେ ସମୟରେ ସେ ସ୍ୱାଭାବିକ ବ୍ୟବହାର କରିଥିଲେ । ତେବେ ଗତ ୧୧ ବର୍ଷ ହେବ ସେ ଝାରସୁଗୁଡ଼ାରେ ନିଯୁକ୍ତ ଥିଲେ । ଏହି ସମୟ ଭିତରେ ମନ୍ତ୍ରୀ ନବ ଦାସଙ୍କ ସହିତ ତାଙ୍କକର କୌଣସି ବ୍ୟକ୍ତିଗତ ସମ୍ପର୍କ ଥିଲା କି ନାହିଁ ସେ ବିଷୟରେ ସେ ଜାଣ ନାହାନ୍ତି । କିମ୍ବା ତାଙ୍କ ସହିତ ସ୍ୱାମି ଗୋପାଳଙ୍କର କୌଣସି ଶତ୍ରୁତା ନଥିବା ସେ କହିଛନ୍ତି ।

Get real time updates directly on you device, subscribe now.