fbpx

(VIDEO) ସତ ଜାଣିଥିଲେ କି ନବ ଦାସ? ଜାଣନ୍ତୁ ମୃତ୍ୟୁ ପୂର୍ବରୁ କାହଁକି କହିଲେ ଏପରି

ଝାରସୁଗୁଡା: ଗୁଳିମାଡ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସଭାରେ ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେଉଁଠି ରାମଙ୍କୁ ଛାଡି ନାହାଁନ୍ତି, ସୀତଙ୍କୁ ଛାଡି ନାହାଁନ୍ତି ସେଠି ମତେ କଣ ଛାଡିବେ । ତେବେ ସେ ଏପରି କାହିଁକି କହିଥିଲେ ତାହା ଜଣାପଡି ନାହିଁ । କିନ୍ତୁ ଏଙି ଭାରଷ ପରେ ତାଙ୍କୁ ଗୁଳିମାଡ ହୋଇଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି । ଏଥିସହିତ ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ନବ ଦାସ କଣ ଜାଣିଥିଲେ କି ତାଙ୍କୁ ଆଜି ଗୁଳିମାଡ ହେବାର ଅଛି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଭାସଣରେ ଏହା କହିଛନ୍ତି ଯେ ଦୁନିଆରେ କୃଷ୍ଣ ରହିଲେ କଂସ ବି ରହିବେ । ନବ ଦାସକୁ କିଛି ଲୋକ ଭଲ ପାଇଲେ କିଛି ଲୋକ ଗାଳିବି ଦେବେ । ଏଥିସହିତ ସେ ଏହା ମଧ୍ୟ କହିଥିଲେ ଯେ ଜଦି ଝାରସୁଗୁଡାର ଉନ୍ନତି ଚାହୁଁଛ ତେବେ ନବଦାସକୁ ଭୋଟ ଦିଅ । ତେବେ ସେ ମୃତ୍ୟୁ ପୂର୍ବରୁ ଦେଇଥିବା ଭାସରଣ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

 

Get real time updates directly on you device, subscribe now.