fbpx

କ୍ରିକେଟ୍ ଇତିହାସରେ ପ୍ରଥମଥର ହେବାକୁ ଯାଉଛି କିଛି ଏପରି, କୋଚ୍ ଦେବେ କ୍ରିକେଟ୍ ଦଳକୁ ଅନ୍ଲାଇନ୍ ଟ୍ରେନିଂ!

ନୂଆଦିଲ୍ଲୀ: ବିଦ୍ୟାଳୟ, କଲେଜ ବହେଉ ଅବା କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଏବେ ମୁଖ୍ୟତଃ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅନ୍ଲାଇନ୍ କୋଚିଂ ଉପରେ ଭରଷା କରୁଛନ୍ତି ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ଅନଲାଇନ୍ କୋଚିଂ କ୍ରୀଡା ଜଗତରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ଶୁଣିଲେ ଆପଣଙ୍କୁ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବା । ତେବେ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମିକି ଆର୍ଥରକୁ ନିଜ ଦଳର ଅନଲାଇନ୍ କୋଚ୍ ଭାବରେ ନିଯୁକ୍ତ କରିପାରନ୍ତି। ଯଦି ଏହା ହେଲା ତେବେ , ମିକି ଆର୍ଥର୍ ଦୁନିଆର ପ୍ରଥମ ଅନଲାଇନ୍ ମୁଖ୍ୟ ପ୍ରଶିକ୍ଷକ ହେବେ। ଏହି ବ୍ୟବସ୍ଥା ଅନୁଯାୟୀ ଆର୍ଥର ପାକିସ୍ତାନୀ ଖେଳାଳିଙ୍କ ପାଇଁ ଅନଲାଇନ୍ ମୋଡରେ ଉପଲବ୍ଧ ଥିବାବେଳେ ବାକି ସପୋର୍ଟ ଷ୍ଟାଫ୍ ପଡ଼ିଆରେ ଖେଳାଳିଙ୍କ ଅଗ୍ରଗତି ଉପରେ ନଜର ରଖିବେ।

ମିକି ଆର୍ଥର ପିସିବିକୁ ନିଶ୍ଚିତ କରିଛନ୍ତି ଯେ ସେ ଅନଲାଇନରେ ଉପଲବ୍ଧ ହେବେ କିନ୍ତୁ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ ଦଳରେ ଯୋଗଦେବେ। ହେଡ୍ ଭାବରେ ଆର୍ଥର୍ ବର୍ତ୍ତମାନ ଡର୍ବିସାୟର୍ ଦଳ ସହିତ ଜଡିତ । ମିକି ଆର୍ଥର୍ ୨୦୨୫ ପର୍ଯ୍ୟନ୍ତ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଡର୍ବିସାୟରରେ ଯୋଗଦେବା ପାଇଁ ଆର୍ଥର୍ ୨୦୨୧ ମସିହାରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ। ରିପୋର୍ଟ ଅନୁଯାୟୀ, ପାକିସ୍ତାନକୁ କୋଚିଂ ଦେବାବେଳେ ସେ ମଧ୍ୟ ଡର୍ବିସାୟର କାଉଣ୍ଟି ସହ ନିଜର କାର୍ଯ୍ୟ ପୂରଣ କରିବେ। ସୂଚନାମୁତାବକ ୨୦୧୭ରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ବେଳେ ମିକି ଆର୍ଥର ଦଳର କୋଚ୍ ଥିଲେ ଯାହା ପାଇଁ ତାଙ୍କ ନାମ ପାକିସ୍ତାନରେ ବହୁତ ଲୋକପ୍ରିୟ। ଆର୍ଥରକୁ ପାକିସ୍ତାନ ଦଳର କୋଚ୍ କରିବାକୁ ନୂଆ ପିସିବି ମୁଖ୍ୟ ନଜାମ ସେଠୀ ପୁଣି ଥରେ ପ୍ରସ୍ତୁତ ଅଛନ୍ତି। ଏଭଳି ପରିସ୍ଥିତିରେ ପିସିବି ମିକି ଆର୍ଥରଙ୍କୁ ଅନଲାଇନ୍ କୋଚିଂ କରିବାକୁ ରାଜି ହୋଇଛି।

ଅନ୍ୟପକ୍ଷରେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଅନ୍ଲାଇନ୍ କୋଚ୍ ନିଯୁକ୍ତି ପାଇଁ ନଜାମ ସେଠୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସହିଦ ଆଫ୍ରିଦି କହିଛନ୍ତି, ‘ଜାତୀୟ ଦଳ ପାଇଁ ବିଦେଶୀ ପ୍ରଶିକ୍ଷକଙ୍କ ଦ୍ୱାରା ଅନଲାଇନ୍ କୋଚିଂର ଧାରଣା ବୁଝି ପାରୁନାହାନ୍ତି ।ଭେଟେରାନ ସ୍ପିନର ସକଲେନ ମୁଶ୍ତାକ ବର୍ତ୍ତମାନ ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି । କିନ୍ତୁ ତାଙ୍କର ଚୁକ୍ତିନାମା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ତେଣୁ ଏବେ ଏହି ପଦ ପାଇଁ ମିକି ଆର୍ଥରଙ୍କୁ ଚୟନ କରିବାକୁ ବୋର୍ଡ ଭାବୁଛି ।

Get real time updates directly on you device, subscribe now.