fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିବା ବେଳେ ତଦନ୍ତ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାକୁ ନେଇ ବିରୋଧ ଦଳ ସରକାରଙ୍କୁ ଟାର୍ଗେଟ କରିବା ସହ ଏହି ଘଟଣାର ସିବିାଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ହତ୍ୟା କରିବା ଘଟଣାକୁ ନେଇ ବିଜେପି ସଭାପତି ସମୀର ମହାନ୍ତି କ୍ଷୋଭ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦିଅନ୍ତୁ ବୋଲି ସେ କହିଛନ୍ତି । ତେବେ ସମୀର ମହାନ୍ତି ଏହା ମଧ୍ୟ କହିଛନ୍ତି ଯେ, ମନ୍ତ୍ରୀଙ୍କ ହତ୍ୟା ଆଉ କେହି ନୁହେଁ ବରଂ ଜଣେ ପୋଲିସ ଅଫିସର କରିଛନ୍ତି । ତେବେ ହତ୍ୟା ଅଭିଯୁକ୍ତ ଜଣେ ପୋଲିସ ହୋଇଥିବା ବେଳେ ପୁଣି ତଦନ୍ତ ମଧ୍ୟ ସେହି ପୋଲିସ ହିଁ କରୁଛି । ଏଥିସହିତ ପୂର୍ବରୁ କ୍ରାଇମବ୍ରଞ୍ଚ ଯାହା ତଦନ୍ତ କରିଛି , ଫଳ ଶୂନ ରହିଛି ବୋଲି ବିଜେପି ସଭାପତି କହିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ ଭାର ତୁରନ୍ତ ସିବିଆଇକୁ ଦିଆଯାଉ । ନଚେତ୍ ତଦନ୍ତ ବିଳମ୍ବ କଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ ମହାନ୍ତି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ।

ବିଜେପି ସଭାପତି କହିଛନ୍ତି ଯେ ମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଡିଜିପି, ଗୃହ ସଚିବ ଏପର୍ଯ୍ୟନ୍ତ ଚୁପ ବସିଛନ୍ତି । ତେବେ ସରକାରକୁ ପ୍ରକୃତରେ କିଏ ଚଳାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳର ସବାପତି କହିଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ଦୁଇଦିନ ତଳେ ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଫଳରେ ବ୍ରଜରାଜନଗରର ଗାନ୍ଦିଛକ ନିକଟରେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲା । ଯାହାକି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ସାରା ରାଜ୍ୟରେ ବର୍ତ୍ତମାନ ଏକ ଆତଙ୍କର ଭୟ ଖେଳିଯାଇଛି । ଏଥିସହିତ ରାଜ୍ୟ ରାଜନିତୀ ମଧ୍ୟ ଉଷ୍ମ ହୋଇଛି । ତେବେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ବୋଲି କୁହାଯାଉଛି ।

ଅନ୍ୟପକ୍ଷେ ଏହି ଘଟଣାର କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଏସଆଇ ଗୋପାଳ ଦାସଙ୍କୁ ଘନ ଘନ ଜେରା ହେଉଛି । ଏଥିସହିତ ମନ୍ତ୍ରୀ ହତୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.