fbpx

ଆପଣ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ କ୍ରିକେଟ ମ୍ୟାଚ: କେଉଁଠି ମିଳୁଛି ଏହି ସୁଯୋଗ

ନୂଆଦିଲ୍ଲୀ: ଆଜିର ସମୟରେ ଟି-୨୦ କ୍ରିକେଟର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି । କ୍ରୀଡ଼ାପ୍ରେମୀମାନେ କୌଣସି ପ୍ରକାରେ ବି ଫଟାଫଟ କ୍ରିକେଟର ମଜା ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ତେବେ ଅନେକ ସମୟରେ ଟିକେଟର ଉଚ୍ଚା ଦାମ୍ କାରଣରୁ କିଛି ଫ୍ୟାନ୍ସ ଏଥିରୁ ଓହରି ଯାଇଥାନ୍ତି । ତେବେ ଆପଣମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଆପଣମାନେ ମାତ୍ର ୬ ଟଙ୍କା ଖର୍ଚ୍ଚ କରି କ୍ରିକେଟ ମ୍ୟାଚର ମଜା ଉଠାଇ ପାରିବେ ।

ସୂଚନା ମୁତାବକ, ଦର୍ଶକମାନେ ଟି-୨୦ର ମଜା ମାତ୍ର କମ୍ ଖର୍ଚ୍ଚରେ ଉଠାଇ ପାରିବେ । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଏହି ସୁବିଧା ଉପଲବ୍ଧ ରହିଛି । ବର୍ତ୍ତମାନ ପାକିସ୍ତାନ କଠୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେଠାରେ ମାତ୍ର ୨୦ ଟଙ୍କାରେ କ୍ରିକେଟ ମ୍ୟାଚ ଦେଖିବାର ସୁବିଧା ମିଳୁଛି । ଅର୍ଥାତ ଏହି ଟିକେଟକୁ ଆପଣମାନେ ଭାରତୀୟ ମୁଦ୍ରାରେ ମାତ୍ର ୬-୭ ଟଙ୍କାରେ ପାଇ ପାରିବେ ।

ତେବେ ଏହି ପ୍ରଦର୍ଶନୀ ମ୍ୟାଚରେ ବାବର ଆଜମ, ଶାହିଦ ଆଫ୍ରିଦୀ, ସର୍ଫରାଜ ଅହମ୍ମଦ, ଉମର ଅକମଲ ଓ ନସୀମ ଶାହଙ୍କ ପରି ବହୁ ଖ୍ୟାତନାମା କ୍ରିକେଟର ଖେଳିବେ । ଦେଶରେ ଆର୍ଥିକ ସଙ୍କଟ ଜାରି ରହିଥିବା ବେଳେ ପାକିସ୍ତାନ ସୁପର ଲିଗ (ପିଏସଏଲ) ଏହି ପ୍ରଦର୍ଶନୀ ମ୍ୟାଚର ଆୟୋଜନ କରୁଛି । ଆସନ୍ତା ୫ ତାରିଖରେ ହେବାକୁ ଏହି ଟି-୨୦ ମୁକାବିଲାର ଟିକେଟ କେବଳ ପାକିସ୍ତାନୀ ମୁଦ୍ରାରେ ବିକ୍ରି ହେଉଛି । ବଲୁଚିସ୍ତାନ କ୍ରିକେଟ ଆସୋସିଏସନ ପେଶାୱାର ଦ୍ୱାରା ଜାଲମୀ ଓ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.