fbpx

(VIDEO) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମ୍ ସିନକୁ ଯାଇ ସତ କହୁଛି ଅଭିିଯୁକ୍ତ ଗୋପାଳ 

ଝାରସୁଗୁଡା : ଆଜକୁ ୬ ଦିନ ବିତିଗଲାଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ମନ୍ତ୍ରୀଙ୍କୁ ହତ୍ୟାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି କ୍ରାଇବ୍ରାଞ୍ଚକୁ  ପ୍ରମାଣ ଖୋଜିବାରେ ସାହାଯ୍ୟ କରୁଛି । ତେବେ ଏହାରି ମଧ୍ୟରେ ଅଭିୟୁକ୍ତ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ଏବଂ ତା ନିକଟକୁ ହତ୍ୟା ଘଟଣାର ସତ ବାହାର କରୁଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳ ଦାସ କ୍ରାଇମବ୍ରାଞ୍ଚକୁ  ସେହିସବୁ ସ୍ଥାନ ଦେଖାଉଛି । ଯେଉଁସ୍ଛାନରୁ ସେ କ୍ରାଇମ ସିନ୍ ଆରମ୍ଭ କରିଥିଲା । ଏଥିସହିତ ହତ୍ୟା ଘଟଣାର ସତ ଉଗାଳୁଛି । ସେ କେଉଁଠି କେତେବେଳେ କଣ କରିଥିଲା ସବୁ ଗୋଟି ଗୋଟି କରି କ୍ରାଇମବ୍ରଞ୍ଚକୁ କହୁଛି ଗୋପାଳ । ଆଉ କ୍ରାଇମବ୍ରଞ୍ଚ ବି ଗୋପାଳର ସବୁ କଥକୁ ଧ୍ୟାନରେ ଶୁଣିଛି । ଗୋଟିଏ ଗୋଟିଏ କ୍ଷଣର ପ୍ରକୃତ କାହାଣି ଜାଣିବା ପାଇଁ ପୋଲିସ ଗୋପାଳକୁ ଧରି ସବୁ ଡ଼ାଟା କଲେକସନ୍ କରୁଛି । ତେବେ ଗୋପାଳ ଦିର୍ଘଦିନ ଧରି ଯେଉଁ ଫାଣ୍ଡିରେ ଏଏସ୍ ଆଇ ଭାବେ କାମ କରୁଥିଲା ସେହି ଫାଣ୍ଡିକୁ ଗୋପାଳକୁ ନିଆଯାଇଛି । ଆଉ ଗୋପାଳକୁ ଗୋଟି ଗୋଟି କରି ସବୁ ପଚାରିଛି କ୍ରାଇବ୍ରାଞ୍ଚ । ତେବେ କଡା ସୁରକ୍ଷା ବଳୟ ମଧ୍ୟରେ ଗୋପାଳ ଦାସକୁ ରିମାଇଣ୍ଡର ୩ ଦିନରେ ତା ନିଜ ଘରକୁ ନିଆ ଯାଇଥିଲା । ଏଥିସହିତ ସେଠାରେ କିଛି ସମୟ ଧରି  ତଦନ୍ତ ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସେ ଅଭିଯୁକ୍ତ ଗୋପାଳକୁ  ବ୍ରଜରାଜନଗର ଥାନାର ଗାନ୍ଧୀଛକ ପାଣ୍ଡିକୁ ନିଆଯାଇଥିଲା ।ଯେଉଁଠି ଦିର୍ଘ ଦିନଧରି ଏଏସ୍ ଆଇ ଭାବେ କାର୍ଯ୍ୟ କରିଆସୁଥିଲେ ଗୋପାଳ । ସେଠାରେ ମଧ୍ୟ କ୍ରାଇବ୍ରାଞ୍ଚ ତନ ତନ କରି ଯାଞ୍ଚ କରିଥିଲା ।

ଅନ୍ୟପକ୍ଷେ ପୋଲିସ  ଦୁଇଦିନ ତଳେ ଗୋପାଳଙ୍କ ପରିବାର ଲୋକକୁ ପଚାରା ଉଚାରା କରିବା ସହ । ଗୋପାଳଙ୍କ ଭାଇକୁ ମଧ୍ୟ ଉଠାଇ ନେଇଥିଲା । ଏଥିସହିତ ହତ୍ୟା ଘଟମା ସମ୍ପର୍କରେ ଅନେକ କିଛି କଥା  ପଚରା ଉଚାରା କରିଥିଲା କ୍ରାଇମବ୍ରାଞ୍ଚ  । କାରଣ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଦିନ ଅଭିଯୁକ୍ତ ଗୋପାଳ ଭାଇର ହୋଟେଲ ବନ୍ଦ ରହିଥିଲା । ଯାହାଫଳରେ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେବା ସହ ପୋଲିସ ଏହାର ରହସ୍ୟ ମଧ୍ୟ ଖୋଜିଥିଲା ।ଏଥିସହିତ  ଗତକାଲି ଗୋପାଳର ହାତ ଲେଖା ଚିଠିକୁ ମଧ୍ୟ ଜବତ କରିଛି କ୍ରାଇମବ୍ରଞ୍ଚ । ତେବେ କ୍ରାଇବ୍ରାଞ୍ଚ ପ୍ରତ୍ୟେକଟି ଦିଗକୁ ତନତନ କରି ଯାଞ୍ଚ କରିବା ସହ ତଥ୍ୟ ପ୍ରମାଣ ଏକଜୁଟ କରିବାରେ ଲାଗିଛି । ଏଥିସହିତ ଗୋପାଳ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଛି ତାହାର ରହସ୍ୟ ମଧ୍ୟ ଖୋଜିବାର ଲାଗିଛି ଟିମ୍ । ତେବେ ଏହି ଘଟମା ଉପରୁ କେବେ ପରଦା ଉଠୁଛି ଏବଂ ମନ୍ତ୍ରୀଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ କେବେ ପରଦା ଉଠୁଛି ତାହା ଦେଖିବାକୁ ବାକି ରହିଲା ।

 

 

Get real time updates directly on you device, subscribe now.