fbpx

ପାକିସ୍ତାନ ପେଶାୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩୦ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଅବସ୍ଥା ଦିନକୁ ଦିନ ସାଂଘାତିକ ପରିସ୍ଥିତିରେ ଗତି କରୁଛି । ଅର୍ଥନୈତିକ ସସମ୍ୟା ଦେଖାଯିବା ସାଙ୍ଗକୁ ବର୍ତ୍ତମାନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ପାକିସ୍ତାନରେ ମଙ୍ଗଳବାର ଦିନ ଏକ କାର ସହ ବସ୍ ପିଟି ହୋଇ ଗଭୀର ଗାତ ମଧ୍ୟରେ ଖସିପଡ଼ିଛି । ଦୁର୍ଘଟଣାଟି ପାକିସ୍ତାନର ଗିଲଗିତ ବାଲ୍ଟିସ୍ତାନ ଅଞ୍ଚଳର ଦିଆମୀର ସତିଆଲ ଚୌକ ନିକଟରେ ଘଟିଛି । ପୋଲିସ କହିବା ଅନୁସାରେ, ଏହି ବସଟି ମଙ୍ଗଳବାର ରାତିରେ ଗିଲଗିଟ ରୁ ରାୱାଲପିଣ୍ଡିକୁ ଯାତ୍ରା କରୁଥିଲା । ବସ୍ ଟି ଦ୍ରୁତଗତିରେ ଚଳାଇବା ହେତୁ କାର୍ ସହ ପିଟି ହୋଇ ଏକ ଗଭୀର ଗାତ ଭିତରେ ପସିଯାଇଛି । ଅନ୍ଧାର କାରଣରୁ ରିଲିଫ ଏବଂ ଉଦ୍ଧାର କର୍ମଚାରୀ ମାନଙ୍କୁ ଉଦ୍ଧାର କରିବାରେ ଅଶୁବିଧା ହେଉଛି ।

ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଦୁର୍ଘଟଣାରେ ମୃତ ବ୍ୟକ୍ତଙ୍କ ପାଇଁ ଶୋକ ପ୍ରାର୍ଥନା ଜଣାଇଛନ୍ତି । ସରକାରୀ ‘ରେଡ଼ିଓ ପାକିସ୍ତାନ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶରୀଫ ପୀଡ଼ିତ ପରିବାର ପ୍ରତି ନିଜର ସମ୍ବେଦନତା ଜଣାଇବା ସହ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇବାର ପ୍ରର୍ଥନା କରିଛନ୍ତି । ଅନ୍ୟପଟେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ମାଗଣାରେ କରାଯିବା ନେଇ ସୁନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.