fbpx

(VIDEO)ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ; ଆରମ୍ଭରୁ ଦର୍ଶକଙ୍କୁ ନିରାଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଅନୁଷ୍ଟିତ ହୋଇଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିରାଶ ହୋଇଛି । କାରଣ ଅଷ୍ଟ୍ରେଲିଆ ଖେଳ ଆରମ୍ଭରୁ ହିଁ ଖୁବ୍ ଖରାପ ପଦର୍ଶନ କରିଛି । ସେ ମାତ୍ର ୨ ରନ୍ ରେ ୨ ୱିକେଟ ହରାଇ ଥିବା ଜଣାପଡିଛି । ତେବେ ପ୍ରଥମେ । କିନ୍ତୁ ଏହା ପରେ ମାର୍ନସ୍ ଲାବୁସାଗ୍ନେ ଏବଂ ଷ୍ଟିଭ୍ ସ୍ମିଥ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ମିଳିତ ଭାବେ ଉଭୟ ଦ୍ରୁତ ଗତିରେ ସ୍କୋର କରୁଛନ୍ତି ଏବଂ ଭାରତୀୟ ବୋଲରଙ୍କ ଗୀତକୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଯୋଡି ୧୭ ଓଭରରେ ୪୦ ରନ୍ କରିଛନ୍ତି ।

ତେବେ ଅଷ୍ଟ୍ରେଲିଆର ୨ଟି ୱେକେଟ୍ ଭାରତୀୟ ବୋଲର ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ନେଇଛନ୍ତି । ଏଥିସହିତ ଭାରତୀୟ ଦଳ ପାଇଁ ଏକ ବିରାଟ ସଫଳତା ହାସଲ କରିଛନ୍ତି । ତେବେ ଆଜି ଯଦି ଶାମି ଏବଂ ସିରାଜ ଏହି ଫର୍ମରେ ରୁହନ୍ତି ତେବେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଜିତିବା ହୁଏତ କଷ୍ଟକର ହୋଇପାରେ । ତେବେ ଶାମି ଡେବିଟ୍ ୱାର୍ନରୁ କ୍ଲିନ୍ ବୋଲ୍ଡ କରିଥିବା ସିରାଜ ଉସମାନ ଖାୱାଜାଙ୍କୁ ଆଉଟ୍ କରିଥିଲେ । ଯଦିଓ ଅମ୍ପାୟାର ଖାୱାଜାଙ୍କୁ ପୂର୍ବରୁ ଆଉଟ୍ ଦେଇ ନଥିଲେ କିନ୍ତୁ ସିରାଜ ଅଧିନାୟକ ରୋହିତଙ୍କୁ ରିଭ୍ୟୁ ଦେଖିବାକୁ ବାଧ୍ୟ କରିଥିଲେ । ଏହା ଦେଖିବା ପରେ ବଲଟି ଷ୍ଟମ୍ପରେ ବାଜିଥିବା ଜଣାପଡିଲା । ଫଳରେ ଅମ୍ପାୟାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡିଲା ଏବଂ ଟିମ୍ ଇଣ୍ଡିଆକୁ ଆଉ ଏକ ସଫଳତା ମିଳିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୧୭ ଓଭର ଶେଷ ସୁଦ୍ଧା ମାତ୍ର ୪୦ ରନ୍ କରିଥିବା ବେଳେ ଲାବୁସାଗ୍ନେ ଏବଂ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ବ୍ୟାଟିଂ କରୁଛନ୍ତି । ତେବେ ଏହି ୨ ଖେଳାଳି ଭଲ ଖେଳୁଥିବା ବେଳେ ଭାରତୀୟ ଦଳ ମଧ୍ୟ ତା ଫର୍ମରେ ରହିଛି । ତେବେ ଯଦି ଦଳ ଏହି ଭଳି ଖେଳେ ତେବେ ।ଜିର ମ୍ୟାଚ୍କୁ ନିଜର କରିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.