fbpx

ନିଆରା ପ୍ରେମ କାହାଣୀ……ଝିଅ ଡାକ୍ତର ଓ ପୁଅ ମେୟର, ଲଭ୍ କେମେଷ୍ଟ୍ରିରେ ଦୁହେଁ ଫିଟ୍, ପରିବାରଲୋକଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର: କୁହାଯାଏ ପ୍ରକୃତ ପ୍ରେମ କେବେ ହାରେ ନାହିଁ । ସେମାନଙ୍କ ରାସ୍ତାରେ ଥିବା ଯେତେ କଣ୍ଟା ଯେତେ ବାଧା ଆସିଲେ ବି ସବୁ ଦୂର ହୁଏ । ଭାଲେଣ୍ଟାଇନ୍ସ ସପ୍ତାହ ଅବସରରେ, ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ ପ୍ରେମ କାହାଣୀ ଶୁଣାଇବୁ, ଯାହାର ପ୍ରେମ ପ୍ରସ୍ତାବ ଖୋଦ୍ ମୁଖ୍ୟମନ୍ତ୍ରୀ ନେଇ ଯାଇଥିଲେ ।

केमेस्ट्री लैब से शुरू हुई थी प्यार की मिस्ट्री

ଛତିଶଗଡର ଏପରି ଜଣେ ନେତାଙ୍କ ବିଷୟରେ କହୁଛୁ ଯାହାଙ୍କ ପ୍ରେମ ସର୍ବଦା ଚର୍ଚ୍ଚାରେ ଥାଏ । ଅନେକ ବର୍ଷର ପ୍ରେମ ପରେ ବର୍ତ୍ତମାନ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ଆମେ କହୁଛୁ ଛତିଶଗଡର ପ୍ରଥମ ଯୁବ ମେୟର ଦେବେନ୍ଦ୍ର ଯାଦବଙ୍କ ବିଷୟରେ । ଦେବେନ୍ଦ୍ର ଯାଦବ ବର୍ତ୍ତମାନ ଭିଲାଇ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି।

ଦେବେନ୍ଦ୍ର ଯାଦବ ତାଙ୍କ କଲେଜ ଦିନରୁ ପ୍ରେମରେ ପଡିଥିଲେ। ତାଙ୍କ ପ୍ରେମ ଜିତିବା ପାଇଁ ତାଙ୍କୁ ନିଜକୁ ଅନେକ ପରୀକ୍ଷା ଦେବାକୁ ପଡିଛି । ତିନି ବର୍ଷ ଧରି ପ୍ରେମିକା ପରିବାର ଲୋକଙ୍କୁ ବୁଝାଉଥିଲେ ମଧ୍ୟ କିଛି ଲାଭ ହେଉନଥିଲା । ପରେ ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଦେବେନ୍ଦ୍ର ଯାଦବଙ୍କ ବିବାହ ପ୍ରସ୍ତାବ ନେଇ ତାଙ୍କ ପ୍ରେମିକା ଘରେ ପହଞ୍ଚିଥିଲେ।

पढ़ाई के दौरान शुरू की राजनीति

ଦେବେନ୍ଦ୍ର ଯାଦବ ଯେତେବେଳେ କଲେଜରେ ପଢୁଥିଲେ, ସେତେବେଳେ ସେ କେମେଷ୍ଟ୍ରି ଲ୍ୟାବରେ ପ୍ରଥମେ ଶ୍ରୁତିକା ତାମ୍ରକରଙ୍କୁ ଭେଟିଥିଲେ । ଧୀରେ ଧୀରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା । ପ୍ରେମରେ ପଡ଼ିବା ପରେ ଦେବେନ୍ଦ୍ର ଯାଦବ ଆଉ ଅଧିକ ପଢିପାରି ନଥିଲେ । କିନ୍ତୁ ଶ୍ରୁତିକା ଏମ୍ବିବିଏସ୍ ରେ ନାମ ଲେଖାଇଥିଲେ । ଏଥିପାଇଁ ତାଙ୍କୁ ଋଷ୍ ଯିବାକୁ ପଡିଥିଲା ।

भूपेश बघेल लेकर गए रिश्ता

ଶ୍ରୁତିକା ଋଷ ଯିବା ପରେ ଦେବେନ୍ଦ୍ର ପାଇପଟ ହେବା ପାଇଁ ମନ ବଳାଇଲେ । ଏଥିପାଇଁ ସେ ଭୋପାଳ ଯାଇଥିଲେ କିନ୍ତୁ ବେଶି ଦିନ ସେଠାରେ ସେ ରହି ପାରିନଥିଲେ । ପୁଣି ସେ ଭିଲାଇ ଫେରି ଆସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇଥିଲେ। ସେ ତୃତୀୟ ସେମିଷ୍ଟାରରେ ଆସିବା ବେଳେକୁ ସେ ଷ୍ଟୁଡେଣ୍ଟସ୍ ୟୁନିଅନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିଲ୍ଲା ସଭାପତି ହୋଇ ସାରିଥିଲେ।

समाज के विरोध के बाद भी की शादी

ଶ୍ରୁତିକାଙ୍କ ପରିବାର ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତାଙ୍କୁ ମନାଇବା ପାଇଁ ତିନି ବର୍ଷ ଲାଗିଗଲା । ଏହାର ଏକମାତ୍ର କାରଣ ହେଉଛି ଦେବେନ୍ଦ୍ର ଜଣେ ଛାତ୍ର ନେତା। ଏହା ପରେ ତତ୍କାଳୀନ ରାଜ୍ୟ କଂଗ୍ରେସ କମିଟି ସଭାପତି ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଶ୍ରୁତିକାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ । ସେମାନଙ୍କୁ ବୁଝାଇଥିଲେ ଯେ ଦେବେନ୍ଦ୍ର ତାଙ୍କ ଜୀବନରେ ବହୁତ ଆଗକୁ ଯିବେ।

-2016-

ଭୁପେଶ ବାଗେଲଙ୍କ ପ୍ରତିଶ୍ରୁତି ପରେ ଶ୍ରୁତିକାଙ୍କ ପରିବାର ଦେବେନ୍ଦ୍ରଙ୍କ ସହ ବିବାହ ପାଇଁ ରାଜି ହୋଇଥିଲେ। ସାମାଜିକ ବିରୋଧ ସତ୍ତେ୍ୱ ଏହି ବିବାହ ଧୁମଧାମ୍ ରେ ହୋଇଥିଲା ।

୨୦୧୬ ମସିହାରେ ଦେବେନ୍ଦ୍ର ଯାଦବ ଛତିଶଗଡର ଯୁବ ମେୟର ହୋଇଥିଲେ। ମେୟର ହେବା ପରେ ଦେବେନ୍ଦ୍ର ଯାଦବ ତାଙ୍କ ପ୍ରେମିକାଙ୍କୁ ସେହିବର୍ଷ ୧ ଡିସେମ୍ବରରେ ବିବାହ କରିଥିଲେ ।

Get real time updates directly on you device, subscribe now.