ଦିଲ୍ଲୀରେ ବାଇକର ବ୍ୟବସାୟିକ ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ନମାନିଲେ …

ନୂଆଦିଲ୍ଲୀ: ଦିଲ୍ଲୀରେ ଘରୋଇ ବାଇକ୍ କୁ ବ୍ୟବସାୟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ରବିବାର ଦିନ ଏକ ସାଧାରଣ ବିଜ୍ଞପ୍ତି ଜାରି କରିଛି। ଏହି ନିଷେଧାଦେଶରେ କୁହାଯାଇଛି ଯେ ନିଷେଧାଦେଶ ପରେ ମଧ୍ୟ ଯେଉଁମାନେ ଏହାକୁ ପାଳନ ନକରିବେ ସେହି ଡ୍ରାଇଭରଙ୍କ ଚାଲାଣ କଟାଯିବ। ଏହା ବ୍ୟତୀତ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରିବ। ଏହି ସେବା ସହିତ ଜଡିତ ସମସ୍ତ ଏଗ୍ରିଗେଟରମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ନିଜ ପ୍ଲାଟଫର୍ମରେ (ମୋବାଇଲ୍ ଆପ୍ / ୱେବସାଇଟ୍) ବୁକିଂ ଜାରି ରଖନ୍ତି, ତେବେ ମୋଟର ଯାନ ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଥିରେ ଏକ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଖୁବ୍ ଶୀଘ୍ର ଏଭଳି ଏଗ୍ରିଗେଟର୍ସଙ୍କୁ ସୋ ’କଜ ନୋଟିସ୍ ପଠାଇବାକୁ ବିଭାଗ ମଧ୍ୟ ପ୍ରସ୍ତୁତ ହେଉଛି। ପରିବହନ ବିଭାଗ ବେସରକାରୀ ବାଇକ୍ ଟ୍ୟାକ୍ସିଗୁଡ଼ିକୁ ମୋଟର ଯାନ ଅଧିନିୟମ, ୧୯୮୮ ର ଉଲ୍ଲଂଘନ ବୋଲି କହିଛି।

କେତେ ଜରିମାନା ହେବ :
ପ୍ରଥମ ଅପରାଧରେ ୫ହଜାର ଟଙ୍କା ଜୋରିମାନା ହୋଇଥିବାବେଳେ ଦ୍ୱିତୀୟ ଅପରାଧରେ ୧୦,୦୦୦ ଟଙ୍କା ଜୋରିମାନା ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏହି ପରିସ୍ଥିତିରେ ଡ୍ରାଇଭରକୁ ତିନିମାସ ପାଇଁ ଲାଇସେନ୍ସ ହରାଇବାକୁ ପଡିପାରେ । ୨୦୧୯ ରେ ମୋଟର ଯାନ ଅଧିନିୟମରେ କରାଯାଇଥିବା ସଂଶୋଧନ ଏହା ସ୍ପଷ୍ଟ କରିଛି ଯେ ଏକ ବୈଧ ଲାଇସେନ୍ସ ବିନା ଏଗ୍ରିଗେଟରମାନେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୂଚନା ମିଳିଥିଲା ।

Get real time updates directly on you device, subscribe now.