‘ଭିକି ଡୋନର’ କାହାଣୀ ସତ ହୋଇଛି, ସ୍ପର୍ମ ଡୋନେଟ କରି ୬୦ ପିଲାର ପିତା ହେଲେ ବ୍ୟକ୍ତି
ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ନିଜ ସ୍ପର୍ମ ଡୋନେଟ କରି ୬୦ ସନ୍ତାନର ପିତା ହୋଇଛନ୍ତି। ସେ ଚାରୋଟି ଭିନ୍ନ ନାମରେ ସ୍ପର୍ମ ଡୋନେଟ କରିଥିଲେ । ଯେତେବେଳେ ସତ୍ୟ ବାହାରିଲା, ସମସ୍ତେ ଆଶ୍ଚର୍ଯ୍ୟ ।
ନୂଆଦିଲ୍ଲୀ : କୁହାଯାଏ ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ଚଳଚ୍ଚିତ୍ର କାହାଣୀ ତିଆରି କରାଯାଏ । କିନ୍ତୁ ବେଳେ ଚଳଚ୍ଚିତ୍ର କାହାଣୀର ମଧ୍ୟ ରୂପାନ୍ତର ବା ପ୍ରତିଛବି ଆମ ସମଜରେ ଦେଖିବାକୁ ମିଳେ । ଆମେ କହୁଛୁ ଆୟୁଷ୍ମାନ ଖୁରାନାଙ୍କ ବଲିଉଡ ଫିଲ୍ମ ‘ଭିକି ଡୋନର’ ବିଷୟରେ । ଏହି ଚଳଚ୍ଚିତ୍ରର କାହାଣୀ ପରି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ସାମ୍ନାକୁ ଆସିଛି । ଯିଏ ସ୍ପର୍ମ ବା ଶୁକ୍ରାଣୁ ଦାନ କରି ୬୦ ପିଲାଙ୍କ ପିତା ହୋଇଛନ୍ତି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅଭିଭାବକମାନେ ଗେଟ୍-ଟୁଗେଦର ଇଭେଣ୍ଟରେ ପରସ୍ପରକୁ ଭେଟିଥିଲେ । କାରଣ ସେଠାରେ ସେମାନେ ସମସ୍ତ ପିଲାମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖିଥିଲେ ।
ସୂଚନା ଅନୁଯାୟୀ, ସ୍ପର୍ମ ଡୋନର ସଂସ୍ଥା ସେମାନଙ୍କ ଗ୍ରାହକ ତଥା ଅଭିଭାବକଙ୍କ ପାଇଁ ଏକ ଗେଟ୍-ଟୁଗେଦର ପାର୍ଟିର ଆୟୋଜନ କରିଥିଲେ । ସେଠାରେ ସମସ୍ତେ ନିଜ ପିଲାମାନଙ୍କ ମଧ୍ୟରେ ସମାନତା ଦେଖି ଆଶ୍ଚର୍ୟ୍ୟ ହୋଇଗଲେ । ଏହା ପରେ ସେ ଦେଶର ବିଭିନ୍ନ ସ୍ଥାନରେ ଥିବା ଆଇଭିଏଫ୍ କ୍ଲିନିକରୁ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ଖୋଳତାଡ ଆରମ୍ଭ ହେଲା ।
ସିଡନୀର ଫର୍ଟିଲିଟି ଫେଷ୍ଟ୍ର ର ଡାକ୍ତର ଆନି କ୍ଲାର୍କ କହିଛନ୍ତି ଯେ ବ୍ୟକ୍ତି ଜଣକ ଆମ କ୍ଲିନିକରେ କେବଳ ଥରେ ସ୍ପର୍ମ ଡୋନେଟ୍ କରିଥିଲା, କିନ୍ତୁ ସେ ଫେସବୁକ୍ ରେ ଦାବି କରିଛି ଯେ ଅନେକ ଥର ସ୍ପର୍ମ ଡୋନେଟ୍ କରିଛନ୍ତି। ଏହା ବଦଳରେ ହୁଏତ ସେ କିଛି ଉପହାର ପାଇଥିବେ କିନ୍ତୁ ଏ ହା ସମ୍ପୂର୍ଣ୍ଣ ବେଆଇନ୍ ଅଟେ । ଏହା ମାନବ ଟିସୁ ଆକ୍ଟ ଅନୁଯାୟୀ ଏକ ଅପରାଧ ଏବଂ ଏଥିପାଇଁ ୧୫ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । କିନ୍ତୁ ଫେସବୁକ୍ ଗ୍ରୁପ୍ ପରି ଫୋରମ୍ ଯୋଗୁଁ, ଅଭିଭାବକ ଏବଂ ଡୋନରମାନେ ଭେଟାଭେଟି ହେଉଛନ୍ତି ଏବଂ ଅନୌପଚାରିକ ଭାବରେ ଏହା ଚଳାଇଛନ୍ତି ।
ପ୍ରତ୍ୟେକ କ୍ଲିନିକାଲ୍ ପାଇଁ ଜଣେ ଡୋନରଙ୍କୁ ସର୍ବାଧିକ ୩୫ ଡଲାର ଦିଆପାରିବ । ଏହା କର୍ତ୍ତୃପକ୍ଷଙ୍କ ଦ୍ୱାରା ବାଧ୍ୟତାମୂଳକ କରାଯାଇଛି ଯେ ଜଣେ ବ୍ୟକ୍ତିଙ୍କର ଶୁକ୍ରାଣୁ ସର୍ବାଧିକ ୧୦ଟି ପରିବାରକୁ ଦିଆଯାଇପାରିବ । କିନ୍ତୁ ପରିବାରରେ ଶିଶୁର ସଂଖ୍ୟା ନିର୍ଦ୍ଧାରଣ କରାଯଇନାହିଁ ।
ଖବର ଅନୁଯାୟୀ, ସେହି ବ୍ୟକ୍ତି ନାମ ଏପର୍ୟ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ସେ ଚାରୋଟି ଭିନ୍ନ ନାମରେ ଏଲଜିବିଟ୍ୟକ୍ୟୁ ସଂସ୍ଥା ମାଧ୍ୟମରେ ଶୁକ୍ରାଣୁ ଦାନ କରିଥିଲେ ।