ଭାରତର ଶ୍ରେଷ୍ଠ ବୋଲର ହିଁ ପରାଜୟର ମୁଖ୍ୟ କାରଣ: ୨୦୦୩ ଭୁଲକୁ ୨୦୨୩ ଦୋହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ପରାଜୟ ଭାରତୀୟ ମହିଳା ଦଳର ବିଶ୍ୱକପ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ସେମି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କିଛିଟା ଭୁଲ ଆଜି ବିଶ୍ୱକପ ଚମ୍ପିଆନ ଦୌଡରୁ ଭାରତକୁ ବାଦ ଦେଇଛି । ତେବେ ଏହି ପରାଜୟ ପରେ ଭାରତୀୟ ପ୍ରଶଂସକଙ୍କର ମନେ ପଡିଛି ୨୦୦୩ ମସିହାର ପୁରୁଷ ବିଶ୍ୱକପର କାହାଣୀ । ଉଭୟ ଟୁର୍ଣ୍ଣାମେଣ୍ଟରେ ପରାଜୟର କାରଣ ପାଲଟିଛନ୍ତି ଦଳର ଏକ ନମ୍ବର ବୋଲର ।

୨୦୦୩ ମସିହା ପୁରୁଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ସାମନାରେ ଥିଲା ଅଷ୍ଟ୍ରେଲିଆ ଏବଂ ବଲ ଥିଲା ଭାରତର ନମ୍ବର.୧ ବୋଲର ଜହିର ଖାନଙ୍କ ହାତରେ । କିନ୍ତୁ ସେଦିନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଆଗରେ ଫେଲ ମାରିଥିଲା ଜହିରଙ୍କ ଯାଦୁ । ଦଳ ପାଇଁ ସେ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୭ ଓଭର ବୋଲିଙ୍ଗ କରି ୬୭ ରନ ବ୍ୟୟ କରି ଦେଇଥିଲେ ଜହିର, କୌଣସି ସଫଳତା ମଧ୍ୟ ସେ ହାସଲ କରି ପାରିନଥିଲେ । ଯାହା ଫଳରେ ଅଷ୍ଟ୍ରେଲିଆ ୩୫୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଏହାର ପିଛା କରି ମାତ୍ର ୨୩୪ ରନ କରିବାରେ ସକ୍ଷମ ହୋଇଥିଲା ଭାରତ । ସେପଟେ ଏହି ମ୍ୟାଚକୁ ୧୨୫ ରନର ଏକ ବୃହତ ବିଜୟ ହାସଲ କରି ନେଇଥିଲା ଅଷ୍ଟ୍ରେଲିଆ । ତେବେ ଜହିର ଖାନଙ୍କ ପ୍ରଥମ ଓଭରରେ ୧୫ ରନ ଖର୍ଚ୍ଚ ହେବାରୁ ଲୟ ହରାଇଥିଲେ ଭାରତୀୟ ବୋଲର । ଯାହାର ପରିଣାମରେ ବିଶ୍ୱକପ ଟ୍ରଫି ଭାରତ ହାତରୁ ଖସି ଯାଇଥିଲା ।

On this day: 17 years on, an Indian loss that still hurts the same - 2003  World Cup final | Cricket News – India TV

ତେବେ ୨୦ ବର୍ଷ ପରେ ଏହି ଘଟଣାର ପୁଣିଥରେ ଘଟିଛି ପୁନରାବୃତ୍ତି । ମହିଳା ବିଶ୍ୱକପର ସେମି ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ମାତ ଦେଇ ଫାଇନାଲର ଟିକେଟ ପାଇଯାଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୧୭୩ ରନର ଏକ ବିରାଟ ଲକ୍ଷ୍ୟ ରଖିଥିଲା । ତେବେ ଇନିଂସର ଶେଷ ଓଭରରେ ହିଁ ଦଳ ୧୮ ରନ ସଂଗ୍ରହ କରି ନେଇଥିଲା । ଟିମ ଇଣ୍ଡିଆର ଷ୍ଟାର ବୋଲଣ ରେଣୁକା ସିଂହଙ୍କ ଏହି ଓଭରର ପ୍ରଥମ ବଲରେ ଛକା ଏବଂ ଦ୍ୱିତୀୟ ବଲରେ ଚୌକା ମାରିଥିଲେ ଅଷ୍ଟ୍ରେଲିଆ ଅଧିନାୟକ ମେଗ ଲେନିଙ୍ଗ । ତେବେ ପରେ ରେଣୁକା କମବ୍ୟାକ କରିଥିଲେ ଏବଂ ତୃତୀୟ ଓ ଚତୁର୍ଥ ବଲରେ ମାତ୍ର ୨ ରନ ଦେଇଥିଲେ । କିନ୍ତୁ ଓଭରର ଶେଷ ବଲରେ ଆଉ ଏକ ଛକା ଭାରତକୁ ମହଙ୍ଗ ପଡିଛି । ଏହି ଓଭରରୁ ମୋଟ ୧୮ ରନ ସହ ଅଷ୍ଟ୍ରେଲିଆ ୧୭୨ ରନରେ ପହଞ୍ଚିଯାଇଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ କୌର ଏକ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । କିନ୍ତୁ ବିଜୟରୁ ମାତ୍ର ୫ ରନ ଦୂରରେ ରହିଗଲା ଟିମ ଇଣ୍ଡିଆ । ଫଳରେ ଭାରତର ବିଶ୍ୱକପ ସ୍ୱପ୍ନ ମଧ୍ୟ ଅଧାରେ ରହିଯାଇଛି ।

India fall short by a few inches | Cricket - Hindustan Times