ପ୍ରତି ୩ ବର୍ଷରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି – ଅମିତ ଶାହ

ନୂଆଦିଲ୍ଲୀ : ବିଜେପିର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଆଜି ବିହାରର ପଶ୍ଚିମ ଚମ୍ପରଣରେ ନିର୍ବାଚନୀ ରାଲି ଆରମ୍ଭ କରିଛନ୍ତି । ରାଲିରେ ଅମିତ ଶାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ପ୍ରତି ୩ ବର୍ଷରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । କେବଳ ସେତିକି ନୁହେଁ, ଥିପାଇଁ ନୀତୀଶ କୁମାର ସୋନିଆ ଗାନ୍ଧିଙ୍କ ଚରଣରେ ପଡିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାର ପଶ୍ଚିମ ଚମ୍ପାରାନର ଆୟୋଜିତ ରାଲିରେ ଅମିତ ଶାହା କହିଛନ୍ତି ଯେ ବିହାରରେ ଆଇନ ଶୃଙ୍ଖଳା ବିଫଳ ହୋଇଛି। ନୀତୀଶ କୁମାର ବିହାରକୁ ବିଭକ୍ତ କରିଛନ୍ତି। ମଦରେ ଲୋକମାନେ ମରୁଛନ୍ତି। କିନ୍ତୁ ପ୍ରତି ୩ ବର୍ଷରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ନୀତୀଶ କୁମାରଙ୍କ ପାଇଁ ଏବେ ବିଜେପିର ଦ୍ୱାର ବନ୍ଦ ବୋଲି ଅମିତ୍ ଶାହ କହିଛନ୍ତି ।

ନୀତୀଶ କୁମାରଙ୍କୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ଏବେ ଚରମ ସୀମାରେ ରହିଛି । ହତ୍ୟା, ଅପହରଣ, ଡକାୟତି ମାମଲା ପ୍ରତିଦିନ ଆସୁଥିବା ବେଳେ ସ୍ୱର ଉଠାଉଥିବା ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ପିଏଫଆଇଚ ପରି ସଂଗଠନ ବିହାରରେ ପ୍ରବେଶ ପରେ ନୀତୀଶ ବାବୁ ଚୁପ୍ ରହିଥିଲେ, କିନ୍ତୁ ମୋଦୀ ଏହା ଉପରେ କଟକଣା ଲଗାଇ ସମଗ୍ର ଦେଶକୁ ସୁରକ୍ଷିତ ରଖିବା କାର‌୍ୟ୍ୟ କରିଛନ୍ତି।

ଅମିତ ଶାହା ଆହୁରି କହିଛନ୍ତି ଯେ, ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଏକ ବିକାଶବାଦୀ ରୁ ଅବସରବାଦୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପାଇଁ ସେ କଂଗ୍ରେସ ଏବଂ ଆରଜେଡି ର ଶରଣ ପଶିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ବିହାରର ବିଭାଜନ କରିଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ୨୦୨୪ରେ ବିଜେପି ସରକାର ଗଢିବ ଏବଂ ପ୍ରୟ ମୋଦୀ ପ୍ରଧାନମନ୍ତ୍ରୀ ହେବେ ।