fbpx

ସିସୋଦିଆଙ୍କୁ କୋର୍ଟରୁ ଝଟକା ; ମାର୍ଚ୍ଚ ୪ ଯାଏଁ ସିବିଆଇ ରିମାଣ୍ଡରେ ନେଲା

ନୂଆଦିଲ୍ଲୀ : ମଦ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ପଞ୍ଚ ଦିନିଆ ରିମାଣ୍ଡରେ ନେଇଛି । ମାର୍ଚ୍ଚ ୪ ପର୍ଯ୍ୟନ୍ତ କୋର୍ଟ ସିସୋଦିଆଙ୍କୁ ସିବିଆଇ ରିମାଣ୍ଡରେ ପଠାଇଛି । ସୂଚନାଯୋଗ୍ୟ, ସିବିଆଇ ସୋମବାର ଦିନ ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିସୋଡିଆର ୫ ଦିନିଆ ରିମାଣ୍ଡ ପାଇଁ ଦାବି କରିଥିଲେ। ଏହାକୁ ସମର୍ଥନ କରି ସେ ଅନେକ ଯୁକ୍ତି ଦେଇଥିଲେ। ସେ କହିଛନ୍ତି ଯେ ମନୀଷ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାଁନ୍ତି। ହେଲେ ତାଙ୍କ ଓକିଲମାନେ ଏହାକୁ ବିରୋଧ କରିଥିଲେ। ମଦ ଦୁର୍ନୀତିରେ ସିବିଆଇ କୋର୍ଟରେ ଏହାର ମାମଲା ଉପସ୍ଥାପନ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ୨୦୨୧-୨୨ ଏକ୍ସାଇଜ୍ ପଲିସି କାର‌୍ୟ୍ୟକାରୀ କରିବାରେ ଦୁର୍ନୀତି ଉପରେ ପ୍ରାୟ ଆଠ ଘଣ୍ଟା ପ୍ରଶ୍ନ କରିବା ପରେ ରବିବାର ସନ୍ଧ୍ୟାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନର ଏକ ଡିଟେଲ ସେଟ୍ ପ୍ରସ୍ତୁତ କରିଥିଲା ।

ମନୀଷଙ୍କୁ ଜେରା କରିବା ଅବସରରେ ଆଜି ସିବିଆଇ ଅଫିସ ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା । ପୋଲିସ ପକ୍ଷରୁ ବ୍ୟାନର ଲଗାଯାଇ ଏ ବାବଦରେ ସୂଚନା ଦିଆଯାଇଥିଲା । ପଚରାଉଚରା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ଗିରଫଦାରିକୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ଏନେଇ କେଜ୍ରିୱାଲ ଟ୍ୱିଟ୍ କରିଥିଲେ, ‘ଭବବାନ ଆମ ସହ ଅଛନ୍ତି ମନୀଷ । ଲକ୍ଷ ଲକ୍ଷ ଶିଶୁ ଓ ଅଭିଭାବକଙ୍କ ଶୁଭେଚ୍ଛା ଆପଣଙ୍କ ସହିତ ରହିଛି । ଆପଣ ଦେଶ ଓ ସମାଜ ପାଇଁ ଜେଲ୍ ଯାଉଛନ୍ତି । ଜେଲ ଯିବା ଦୂଷଣ ନୁହେଁ, ଭୂଷଣ ଅଟେ । ଆପଣ ଶୀଘ୍ର ଜେଲରୁ ଫେରି ଆସନ୍ତୁ । ମୁଁ ଏହା ପ୍ରଭୁଙ୍କ ନିକଟରେ କାମନା କରୁଛି । ଦିଲ୍ଲୀର ଶିଶୁ, ଅଭିଭାବକ ଓ ଆମେ ସବୁ ଆପଣଙ୍କର ଅପେକ୍ଷାରେ ରହିଛୁ ।

Get real time updates directly on you device, subscribe now.