fbpx

ICC Test Rankingରେ ଅଶ୍ୱୀନଙ୍କ ଜଲୱା: ବ୍ରିଟିଶ ଶାସନରେ ଲଗାଇଲେ ପୂଣ୍ଣଚ୍ଛେଦ

ଇନ୍ଦୋର: ଟିମ ଇଣ୍ଡଇଆର ଭେଟେରାନ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମିଳିଛି ଏକ ବିରାଟ ଉପଲବ୍ଧି । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବ୍ରିଟିଶ ଶାସନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଶ୍ୱୀନ । ବୋଲିଂ ତାଲିକାର ଶୀର୍ଷରେ ଥିବା ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନଙ୍କ ହାତରୁ ଶୀର୍ଷ ସ୍ଥାନ ଛଡାଇ ଆଣିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦମଦାର ବୋଲିଂ ବଳରେ ଆଣ୍ଡରସନଙ୍କୁ ପଛରେ ପକାଇଛନ୍ତି ଅଶ୍ୱୀନ । ସେପଟେ ୱେଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ପରାସ୍ତ ହୋଇଛି । ଯାହା ପରେ ଆଣ୍ଡରସନ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ।

ଆଇସିସି ଟେଷ୍ଟ ରାଙ୍କିଙ୍ଗର ବୋଲରମାନଙ୍କ ତାଲିକାରେ ଆଣ୍ଡରସନଙ୍କୁ ପଛରେ ପକାଇ ଦେଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ୮୬୪ ପଏଣ୍ଟ ସହ ବର୍ତ୍ତମାନ ସେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ତେବେ ୮୫୯ ପଏଣ୍ଟ ସହ ଇଂଲଣ୍ଡ ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିର ଦ୍ୱତୀୟ ଟେଷ୍ଟରେ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଟିମ ଇଣ୍ଡିଆ । ଏହି ମ୍ୟାଚରେ ଷ୍ଟାର ବୋଳର ରବିଚନ୍ଦ୍ରନ ଅଶ୍ୱୀନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ମ୍ୟାଚରେ ୬ଟି ମୂଲ୍ୟବାନ ୱିକେଟ ହାସଲ କରି ଭାରତକୁ ବିଜୟ ଭେଟି ଦେଇଥିଲେ ଅଶ୍ୱୀନ । ତେବେ ଏହି ପ୍ରଦର୍ଶନ ତାଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଛି ।

ଏହାପୂର୍ବରୁ ୨୦୧୫ରେ ଅଶ୍ୱୀନ ଏହି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲେ । ଏହାର ଦୀର୍ଘ ଦିନ ପରେ ପୁଣି ଥରେ ଏହି ସ୍ଥାନ ପାଇଛନ୍ତି ଅଶ୍ୱୀନ । ତେବେ ଦ୍ୱିତୀୟରେ ଆଣ୍ଡରସନ ଏବଂ ତୃତୀୟରେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ପ୍ୟାଟ କମିନ୍ସ ରହିଛନ୍ତି ।

Get real time updates directly on you device, subscribe now.