fbpx

କମିବ ବିଦ୍ୟୁତ ଖର୍ଚ୍ଚ: ଏଣିକି ସୌରଶକ୍ତିରେ ଚାଲିବ ଓଡ଼ିଶାର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଏଣିକି ବିଦ୍ୟୁତ ବ୍ୟବହାର ଉପରେ ନୁହେଁ ସୌର ଶକ୍ତି ମୁହାଂହେବ ଓଡିଶା।ଏହା ସହିତ ସୌର ଶକ୍ତିରେ ପରିଚାଳିତ ହେବ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ। ବିଜୁଳି ବାବଦକୁ ବିଶ୍ବବିଦ୍ୟାଳୟଗୁଡ଼ିକର ଖର୍ଚ୍ଚ ହେଉଥିବା ଅର୍ଥକୁ କଟା କରିବା ପାଇଁ ନିଆଗଲା ଏଭଳି ନିଷ୍ପତି । ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୧୮ଟି ସରକାରୀ ବିଶ୍ବବିଦ୍ୟାଳୟର ଛାତକୁ ‘ସୋଲାର୍ ରୁଫ୍ ଟପ୍’ ତଥା ସୌର ଶକ୍ତି ଚାଳିତ ବ୍ୟବସ୍ଥା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଶକ୍ତି ସବୁଜ ଉନ୍ନୟନ OF CONMARTS ନିଗମ( ଗେଡ଼କଲ୍) କୁ ଚିଠି ଲେଖିଛି।

GEDCOL ଉଚ୍ଚ ଶିକ୍ଷା ବିଭାଗର ସୁବ୍ୟବସ୍ଥା ପାଇଁ ଶାସନ ଅତିରିକ୍ତ ସଚିବ ‘ଗେଡ୍‌କଲ୍‌’କୁ ଉଚ୍ଚଶିକ୍ଷା ଏନେଇ ଗେଡ଼୍‌କଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସଚିବ ଦର୍ଶାଇଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଜୁଳି ଆବଶ୍ୟକତା ମେଣ୍ଟାଇବା ପାଇଁ ସେଗୁଡ଼ିକୁ ସୌର ଚାଳିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଫଳରେ ବିଶ୍ବବିଦ୍ୟାଳୟଗୁଡ଼ିକର ବିଜୁଳି ଚାପ କମିବ। ଚାପ କମିଲେ ବିଦ୍ୟୁତ ବାବଦ କୁ ଯେଉଁ ଖର୍ଚ୍ଚ ହେଉ ଅଛି ତାହା ଅନ୍ୟାନ୍ୟ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ। ବିଶ୍ବବିଦ୍ୟାଳୟଗୁଡ଼ିକୁ ସୌର ଚାଳିତ କରିବା ପାଇଁ ‘ଗେଡ଼କଲ୍’ ହିଁ ଉପଯୁକ୍ତ ସଂସ୍ଥା ଭାବେ ଦାୟିତ୍ଵ ବହନ କରି ପାରିବ। ତେଣୁ ଉଚ୍ଚଶିକ୍ଷା ବିଭାଗର ୧୮ଟି ବିଶ୍ବବିଦ୍ୟାଳୟରେ ସୌର ଚାଳିତ ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଗେଡ଼କଲ୍‌ର ସିଇଓଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ଖୁବ ଶୀଘ୍ର ରାଜ୍ୟରେ ସୌର ଶକ୍ତି ଉପରେ ବିଶ୍ୱବିଦ୍ୟାଳୟ ନିର୍ଭର କରିବ।

Get real time updates directly on you device, subscribe now.