fbpx

ମନବୋଧ ହୋଇନି,ଆଜିବି ପ୍ରବଳ ବର୍ଷିବ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଗତକାଲି ସରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ଏତିକିରେ ସରିନି । ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।ରାଜ୍ୟ ସାରା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବ । ତା ସହ ଘଡଘଡି ଓ ବିଜୁଳୀ ବି ହେବ । ଏପରକି ଆଜି କିଛି ସ୍ଥାନରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି । ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସଜୀବୀ ମାନଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

\ଆଜି କେନ୍ଦୁଝର,ମୟୁରଭଂଜ,ଢ଼େଙ୍କାନାଳ ,ଭଦ୍ରକ,କେନ୍ଦ୍ରାପଡା ,ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ଏହା ଆସନ୍ତା ୨୬ ତାରଖ ବା ରବିବାର ଯାଏ ଲଗିରହିବ । ତଛଡା ରାଜ୍ୟର ବିଭିନ୍ନ ଅଂଚଳରେ ୨୮ ତାରଖ ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀର ପ୍ରଭାବ ।

Get real time updates directly on you device, subscribe now.