fbpx

ଶେଷ ହେଲା ଟେନିସ୍ କ୍ୟାରିଅର: ଯେଉଁଠାରେ ଖେଳ ଆରମ୍ଭ କରିଥିଲେ ସେହି ସ୍ଥାନରେ ଖେଳିଲେ ଶେଷ ମ୍ୟାଚ୍

ହାଇଦ୍ରାବାଦ: ‘ଖୁସିର ଲୁହ’ ସହିତ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କର ଟେନିସ୍ ଯାତ୍ରା ଶେଷ କରିଛନ୍ତି। ଦିନେ ଯେଉଁଠାରେ ସେ ନିଜର ଖେଳ ଆରମ୍ଭ କରିଥିଲେ ରବିବାର ଦିନ ସେହି ସ୍ଥାନରେ ଖେଳି ତାଙ୍କର ଟେନିସ୍ କ୍ୟାରିଅର ଶେଷ କରିଥିଲେ।

ରୋହନ ବୋପାନ୍ନା, ଯୁବରାଜ ସିଂ ଏବଂ ତାଙ୍କର ବେଷ୍ଟ ଯୁଗଳ ପାର୍ଟନର ବେଥାନି ମେଟେକ୍ ସାଣ୍ଡ୍ସଙ୍କ ସହିତ ପ୍ରଦର୍ଶନୀ ମ୍ୟାଚ୍ ଖେଳି ସାନିଆ ଶେଷରେ ଲାଲ ବାହାଦୂର ଟେନିସ୍ ଷ୍ଟାଡିୟମରେ ନିଜର ଚମତ୍କାର କ୍ୟାରିଅରକୁ ବିଦାୟ ଜଣାଇଥିଲେ। ଯେଉଁଠାରେ ସେ ଏକ ଐତିହାସିକ ବଡ ମଞ୍ଚରେ ପହଞ୍ଚିବାର ସଙ୍କେତ ଦେଇଥିଲେ। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଡବ୍ଲ୍ୟୁଟଏ ସିଙ୍ଗଲ ଟାଇଟଲ୍‌ରେ ବୀଜୟୀ ହୋଇଛନ୍ତି ସାନିଆ।

ଏହି ପ୍ରଦର୍ଶନୀ ମ୍ୟାଚ୍ ସମୟରେ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିଲେ । କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ, ପୁର୍ବତ୍ତନ କ୍ରିକେଟର ତଥା ଅଧିନାୟକ ମହମ୍ମଦ ଆଝାରୁଦ୍ଧିନ୍ ଏହି ସମୟରେ ଉପସ୍ଥିତ ଥିଲେ।

ବିଦାୟ ଭାଷଣ ଦେବାବେଳେ ବେଶ୍ ଭାବପ୍ରବଣ ହୋଇପଡିଥିବା ସାନିଆ କହିଛନ୍ତି ଯେ ତାଙ୍କ ପାଇଁ ସବୁଠାରୁ ବଡ ସମ୍ମାନ ହେଉଛି ୨୦ ବର୍ଷ ଧରି ଦେଶ ପାଇଁ ଖେଳିବା ।
ଏହି ଅବସରରେ ୬ ଥର ଗ୍ରାଣ୍ଡସ୍ଲାମ ବିଜେତା (ମହିଳା ଡବଲ୍ସରେ ତିନି ଏବଂ ମିଶ୍ରିତ ଡବଲ୍ସରେ ତିନି) ମ୍ୟାଚ୍ ଜିତିଥିଲେ ।

ଶେଷରେ ଯେଉଁ ସ୍ଥାନରୁ ସେ କ୍ୟାରିଅର ଆର୍ଭ କରିଥିଲେ, ଯେଉଁଠାରେ ତାଙ୍କ କ୍ୟାରିଅରର ଅନେକ ସ୍ମୃତି ସାଇତି ହୋଇ ରହିଛି, ସେହି ସ୍ଥାନ ଆଜି ‘ସେନିଆ ସେଲିବ୍ରେଟିଙ୍ଗ୍ ଅଫ୍ ସାନିଆ ମିର୍ଜା’ ଭଳି ବ୍ୟାନରରେ ସାଜେଇ ହୋଇଥିଲା । ସେହିପରି କିଛି ପ୍ରଶଂସକ ପ୍ଲାକାର୍ଡ ଧରିଥିଲେ ସେମାନେ ସାନିଆଙ୍କୁ ଦେଇଥିବା ‘ସ୍ମୃତି ପାଇଁ ଧନ୍ୟବାଦ’ ଜଣାଇଥିଲେ ।

ପୁର୍ବତ୍ତନ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଆଇନ୍ ମନ୍ତ୍ରୀ ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ସେ କହିଥିଲେ ଯେ, ସାନିଆ ମିର୍ଜାଙ୍କ ବିଦାୟ ମ୍ୟାଚ୍ ପାଇଁ ମୁଁ ହାଇଦ୍ରାବାଦକୁ ଆସିଛି । ଅନେକ ଲୋକ ଏଥିପାଇଁ ଆସୁଥିବା ଦେଖି ମୁଁ ଆନନ୍ଦିତ । ସାନିଆ ମିର୍ଜା କେବଳ ଭାରତୀୟ ଟେନିସ୍ ପାଇଁ ନୁହେଁ ବରଂ ଭାରତ ଖେଳ ପାଇଁ ମଧ୍ୟ ଏକ ପ୍ରେରଣା ବୋଲି ରିଜିଜୁ କହିଛନ୍ତି।
‘ଯେତେବେଳେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି, ମୁଁ ସାନିଆଙ୍କ ସହ ଯୋଗାଯୋଗରେ ରହୁଥିଲି । ଭବିଷ୍ୟତର ପ୍ରୟାସ ପାଇଁ ମୁଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।’

 

Get real time updates directly on you device, subscribe now.