fbpx

କେନ୍ଦ୍ରର ଦୋକାନ ଖୋଲିବା ନିଷ୍ପତ୍ତି ଉପରେ ପୋଲିସ କମିଶନରଙ୍କ ଟ୍ୱିଟ୍

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଦୋକାନ ଖୋଲିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ କେଉଁ ଦୋକାନ ଖୋଲାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ଦୋକାନ ଖୋଲିବ । କିନ୍ତୁ ପୂର୍ବରୁ ଯେଉଁ ଦୋକାନ ଖୋଲୁଥିଲା କେବଳ ସେହି ଦୋକାନ ଖୋଲା ରହିବ । ତାଲାବନ୍ଦ କଟକଣାରୁ ବାଦ ପଡ଼ିଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଦୋକାନ ଖୋଲିବ । ତେଣୁ ଅନ୍ୟ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ସିପି କହିଛନ୍ତିି ।

Get real time updates directly on you device, subscribe now.