fbpx

ଦୋଳ ପ୍ରସ୍ତୁତି ହେଲା କାଳ ; ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର

ଖୋର୍ଦ୍ଧା : ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଟାଙ୍ଗୀରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗନ୍ତ ଉୂଷଣ୍ଡପୁର ଗାଁରେ ଦୋଳ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଥିଲା । ଗୋଟିଏ ଘରେ ବାଣ ଗଚ୍ଛିତ କରି ରଖାଯାଇଥିଲା । ହଠାତ୍ ସେହି ଘର ମଧ୍ୟରୁ ଠୋ ଠା ଶବ୍ଦ ଶୁଭିବା ସହ ଘରେ ନିଆଁ ଲାଗିଯାଇଥିଲା । ତେଣୁ ଘର ମଧ୍ୟରେ ଥିବା ଗଚ୍ଛିତ ବାଣ ବିସ୍ଫୋରଣ ହୋଇଥବା ସ୍ପଷ୍ଟ ହୋଇଛି । ସେହି ଘର ମଧ୍ୟରେ ଥିବା ଲୋକମାନଙ୍କ ମଧ୍ୟରୁ ୪ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତଙ୍କୁୂ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିଷୟରେ କୌଣସି ଖବର ମିଳିପାରିନାହିଁ । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି ନା ଘରେ ଭିତରେ କେହି ନିଆଁ ଲଗାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଘଟଣାସ୍ଥଳରେ ଦମକଳ ବାହାନୀ ପହଞ୍ଚ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହ ଘରେ ଥିବା ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ବାଣ ବିସ୍ଫୋରଣ ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଛି । ନିଆଁ ଅୟତ୍ତ ହେଲା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.