ହୋଲିରେ ସତର୍କ ରୁହନ୍ତୁ ଏହି ୪ଟି ରାଶି, ବିପଦ ବଢାଇପାରନ୍ତି ରାହୁ କେତୁ

ହିନ୍ଦୁ ଧର୍ମର ଲୋକେ ହୋଲି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ରଙ୍ଗର ଏହି ପର୍ବ ୮ମାର୍ଚ୍ଚ ଅର୍ଥାତ ଆଜି ଦିନରେ ପାଳନ କରାଯାଉଛି । ତେବେ ଜ୍ୟେତିଷ ଗଣନା ଅନୁସାରେ, ମେଷ ରାଶିରେ ରାହୁ ଏବଂ ତୁଳା ରାଶିରେ କେତୁ ବସିଛନ୍ତି । ବୃଷ ରାଶିରେ ମଙ୍ଗଳ ଏବଂ କୁମ୍ଭ ରାଶିରେ ଶନି ରହିଛନ୍ତି । ସେଥିପାଇଁ ଏହି ୪ଟି ରାଶିର ଲୋକେ ହୋଲି ଦିନରେ ସତର୍କ ରହିବା ପାଇଁ କୁହାଯାଉଛି । ଗ୍ରହ ଚଳନ ଅନୁସାରେ ଏହା ଆପଣଙ୍କ ଉପରେ ଭାରି ପ୍ରଭାବ ପକାଇପାରେ ।
ମେଷ ରାଶି
ଆପଣଙ୍କ ରାଶିରେ ରାହୁ ବସିଛନ୍ତି । ଏହିଦିନ ଆପଣଙ୍କୁ ଚିନ୍ତା ଘାରି ପାରେ । ରାହୁଙ୍କୁ ଦୁର୍ଘଟଣାର କାରକ ମଧ୍ୟ କୁହାଯାଇଥାଏ । କାହାଠାରୁ ଗାଡ଼ି କିମ୍ବା କିଛି ଯାନ ମାଗି ଚଲାନ୍ତୁ ନାହିଁ । ଏହା ଆପଣଙ୍କୁ ଆସୁବିଧାରେ ପକାଇପାରେ । ବାଦ-ବିବାଦ କିମ୍ବା ଝଗଡା ଆଦି ଠାରୁ ନିଜକୁ ଦୂରେଇ ରଖନ୍ତୁ । ଭଗବାନ ଶିବଙ୍କ ପୂଜା କରନ୍ତୁ ଏବଂ ଶିବ ଚାଳିସା ପାଠ କରିବା ନିହାତି ଆବଶ୍ୟକ । ଏହି ରାଶିର ଲୋକେ ନାଲି ରଙ୍ଗରେ ହୋଲି ଖେଳନ୍ତୁ ।
ବୃଷରାଶି
ବୃଷରାଶିର ଲୋକଙ୍କ ଉପରେ ମଙ୍ଗଳ ଭାରି ରହିବ । ଏହି ଗ୍ରହକୁ ଯୁଦ୍ଧ, ବାଦ-ବିବାଦ ଏବଂ ଝଗଡାର କାରକ ବୋଲି କୁହାଯାଏ । ତେଣୁକରି ଏହି ରାଶିର ଲୋକେ ଏହି ଝଗଡା ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଏହି ରାଶିର ଲୋକେ ଗୋଲାପି ରଙ୍ଗରେ ହୋଲି ଖେଳିବା ଆବଶ୍ୟକ ।

ତୁଳାରାଶି
ତୁଳା ରାଶିର ଲୋକଙ୍କ ଉପରେ କେତୁର ପ୍ରଭାବ ରହୁଛି । କେତୁ ସଂପର୍କୀୟ ମାନଙ୍କ ସହ ବାଧା ସୃଷ୍ଟି କରିଥାଏ । ସମାଜରେ ଆପଣଙ୍କ ଛବି ଖରାପ ହୋଇପାରେ । ତେଣୁ ଏହିସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଏହି ରାଶିର ଲୋକ ମାନଙ୍କୁ ଗୋଲାପି ରଙ୍ଗରେ ହୋଲି ଖେଳିବା ପାଇଁ ପରାମର୍ଶ ଦିଆଯାଇଛି ।

କୁମ୍ଭରାଶି
ଶନି ବର୍ତ୍ତମାନ କୁମ୍ଭ ରାଶିରେ ଚଳୁଛନ୍ତି ଏବଂ କୁମ୍ଭ ରାଶିର ସ୍ୱାମୀ ହେଉଛନ୍ତି ଶନି । ତେଣୁ ଏଥିପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ଏହାପରେ ମଧ୍ୟ ଆପଣଙ୍କୁ ସାବଧାନତା ଅବଲମ୍ବନ ପାଇଁ କୁହାଯାଉଛି । ଏହି ରାଶିର ଲୋକେ ନୀଳ କିମ୍ବା ବାଇଗଣୀ ରଙ୍ଗରେ ହୋଲି ଖେଳିବା ଆବଶ୍ୟକ ।