ମାଲାମାଲ୍ ହେବେ ରାସନ କାର୍ଡଧାରୀ, ଏବେ ଗହମ-ଚାଉଳ ସହିତ ଏହି ସାମଗ୍ରୀ ମଧ୍ୟ ମାଗଣାରେ ମିଳିବ! ଜାରି ହେଲା ନୂଆ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଯଦି ଆପଣ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ସରକାର ଏବେ ଆପଣଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହାଫଳରେ ମାଗଣା ଗହମ ଓ ଚାଉଳ ସହିତ ଆଉ କିଛି ସାମଗ୍ରୀ ଆପଣଙ୍କୁ ମାଗଣାରେ ମିଳିବ । ଏହା ସହିତ ଅନ୍ୟ ସାମଗ୍ରୀ ଆପଣ ଅତି କମ୍ ମୂଲ୍ୟରେ ପାଇଯିବେ ।
ଖାଦ୍ୟ ମନ୍ତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ଏହି ପର୍ଯ୍ୟାୟରେ ଉତ୍ତରାଖଣ୍ଡ ସରକାର ୨୩ ଲକ୍ଷ ପରିବାରକୁ ମାଗଣା ରାସନ ବ୍ୟତୀତ କମ୍ ମୂଲ୍ୟରେ ଚିନି ଏବଂ ଲୁଣ ଯୋଗାଇବାକୁ ଯୋଜନା କରୁଛନ୍ତି ।
ଉତ୍ତରାଖଣ୍ଡର ଖାଦ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭାଗ ମଧ୍ୟ ଏହି ଯୋଜନା ପାଇଁ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟରେ ଉପସ୍ଥାପନ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟକୁ ପ୍ରାୟ ୬୫ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ।
ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ମସିହାରେ କେନ୍ଦ୍ର ସରକାର ସାରା ଦେଶରେ ପରିବାରକୁ ମାଗଣା ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପୂରା ବର୍ଷ ହିତାଧିକାରୀମାନେ ମାଗଣା ରାସନର ଲାଭ ପାଇବେ । ପ୍ରତ୍ୟେକ ରୋଷେଇ ଘରେ ଗହମ ଏବଂ ଚାଉଳ ସହିତ ଚିନି ଏବଂ ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରତ୍ୟେକ ଉପଲବ୍ଧ ହେଉ ବୋଲି ରାଜ୍ୟ ସରକାର କହିଛନ୍ତି ।
ତେବେ ଚିନି ଉପରେ କିଲୋଗ୍ରାମ ପିଛା ୧୦ ଟଙ୍କା ସବସିଡି ଦେବାକୁ ପରାମର୍ଶ ଦିଆଯାଇଛି । ଏହାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଏହା ସହିତ ସୂଚନା ଦେବାବେଳେ ରାଜ୍ୟ ସରକାର କହିଛନ୍ତି ଯେ, ଯେଉଁ ହିତାଧିକାରୀମାନେ ୬ ମାସ ଧରି ନିଜ କାର୍ଡରେ ରାସନ ନେଇନାହାଁନ୍ତି, ସେମାନଙ୍କ କାର୍ଡ ବାତିଲ କରାଯିବ ।