fbpx

ସରକାରୀ ଚାକିରିଆ ବର ଖୋଜୁଛନ୍ତି କି ? ତେବେ ଥରୁଟିଏ ପଢନ୍ତୁ ଏହି ଖବର

କୋଲକତା : ପ୍ରାୟତଃ ସମସ୍ତେ ଝିଅ ବିବାହ ପାଇଁ ସରକାରୀ ଚାକିରିଆ ବର ଖୋଜନ୍ତି । ସରକାରୀ ଚାକିରିଆ ପୁଅ ଦେଖି ଝିଅ ହାତ ଦେବାକୁ ଚାହାଁନ୍ତି । କିନ୍ତୁ ଯଦି ବିବାହ ବାସି ଚାକିରି ଚାଲିଯିବ ତେବେ କ’ଣ କରିବେ ?

ପଶ୍ଚିମବଙ୍ଗରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ସରକାରୀ ଚାକିରିଆ ପୁଅ ଦେଖି ଝିଅ ବିବାହ କରିଥିଲେ କିନ୍ତୁ ବିବାହ ବାସି ଜ୍ୱାଇଁର ସରକାରୀ ଚାକିରି ଚାଲିଯାଇଥିଲା । ଏହି ଖବର ସମ୍ପର୍କରେ ଜରାପଡିଲା ପରେ ଝିଅ ପରିବାରରେ ହଇଚୟୀ ସୃଷ୍ଟି ହୋଇଥିଲା ।

ସମ୍ପୂର୍ଣ୍ଣ ଖବର .. ପଶ୍ଚିମବଙ୍ଗର କୋଚ ବିହାରର ଏକ ପରିବାର ଇଚ୍ଛା ଥିଲା ଯେ ସରକାରୀ ଚାକିରୀ କରିଥିବା ପୁଅ ସହ ଝିଅ ବିବାହ କରିବେ । ଭଗବାନଙ୍କ ଦୟାରୁ ସେୟା ବି ହେଲା । ସେ ଜଣେ ସରକାରୀ ଶିକ୍ଷକଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର ହେଲା । ଝିଅ ଜଣେ ସରକାରୀ କର୍ମଚାରୀଙ୍କୁ ବିବାହ କରୁଥିବା ନେଇ ସ୍ୱାଭାବିକ ଭାବେ ପରିବାର ଲୋକେ ବହୁତ ଖୁସୀ ଥିଲେ । କିନ୍ତୁ ସେ ଖୁସୀ ବେଶୀ ଦିନ ରହିଲା ନାହିଁ ।

ବିବାହ କରିଥିବା ପୁଅର ନାମ ହେଉଛି ପ୍ରଣବ ରୟ। ସେ ୨୦୧୭ ଠାରୁ ଜାଲପାଇଗୁରୀର ରାଜଦାନଗା କେଣ୍ଡା ମହମ୍ମଦ ଉଚ୍ଚ ବିଦ୍ୟାଳୟରେ କାର‌୍ୟ୍ୟ କରୁଥିଲେ। ଏହା ଦେଖି ଝିଅର ପରିବାର ସଦସ୍ୟ ଝିଅର ବିବାହ ସ୍ଥିର କରିଥିଲେ। ଉଭୟ ପରିବାର ବହୁତ ଖୁସି ଥିଲେ। ଗତ ଗୁରୁବାର ଦିନ ଦୁହେଁ ପରମ୍ପରା ଅନୁଯାୟୀ ବିବାହ କରିଥିଲେ । ପ୍ରଣବ ଶୁକ୍ରବାର ଦିନ ତାଙ୍କ ପତ୍ନୀଙ୍କ ସହ ଘରକୁ ଫେରିଥିଲେ। କିନ୍ତୁ ସେହି ଦିନ କୋର୍ଟରୁ ଏକ ପ୍ରମୁଖ ରାୟ ଆସିଲା ଯେ, ୮୪୨ ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରାଯାଇଛି । ଯେତେବେଳେ ଏହି ତାଲିକା ସାର୍ବଜନୀନ ହେଲା, ପ୍ରଣବ ରୟଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ଥିଲା । ଚାକିରି ହରାଇବାର ଖବର ଶୁଣି ଉଭୟଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେବା ଆରମ୍ଭ କଲେ । କିଛି ଲୋକ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି, ଗୁରୁବାର ବିବାହ, ଶୁକ୍ରବାର ଦିନ ଚାକିରି ଗଲା ଏବଂ ଶନିବାର ବିବାହ ବିଚ୍ଛେଦ ….। ଏହିଭଳି କିଛି ମଜାଳିଆ କମେଣ୍ଟ ଲୋକେ ଦେଇଛନ୍ତି ।

Get real time updates directly on you device, subscribe now.