fbpx

CBIର ପୂର୍ବତନ ନିର୍ଦ୍ଦେଶକଙ୍କ ଦେହାନ୍ତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ପୂର୍ବତନ ନିର୍ଦ୍ଦେଶକଙ୍କ ପରଲୋକ ଘଟିଛି । ୮୫ ବର୍ଷ ବୟସରେ ସିବିଆଇର ପୂର୍ବତନ ଅଧିକାରୀ କେ. ବିଜୟରାମ ରାଓ ଆରପାରିକୁ ଚାଲିଯାଇଛନ୍ତି । ବିଜୟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ୍ ପାର୍ଟି ସରକାରରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ବଡ଼ ବଡ଼ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତ ।

ସୂଚନା ମୁତାବକ, ବିଜୟଙ୍କର ମସ୍ତିଷ୍କ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା । ଗତକାଲି ଦ୍ୱିପ୍ରହର ସମୟରେ ତାଙ୍କୁ ଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ୯.୩୦ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ସେବା ନିବୃତ୍ତ ହେବା ପରେ ସେ ଚନ୍ଦ୍ରବାବୁଙ୍କ ସରକାରରେ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ତେଲେଙ୍ଗାନା ସରକାର ଗଠନ ହେବା ପରେ ସେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଯାହାକି ବର୍ତ୍ତମାନ ବିଆରଏସ, ଉକ୍ତ ଦଳରେ ସାମିଲ ହୋଇଥିଲେ ।

ବିଜୟଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର), ଚନ୍ଦ୍ରବାବୁ ନାଇଡ଼ୁ, ରାଜ୍ୟ କଂଗ୍ରେସ ସଭାପତି ଏ. ରେଭନ୍ତ ରେଡ୍ଡୀ ଓ ଅନ୍ୟ ନେତାମାନେ ଶୋକବ୍ୟକ୍ତ କରିଛନ୍ତି । ବିଜୟଙ୍କ ସହିତ ସମ୍ପର୍କକୁ ନେଇ ମୁଖ୍ୟମନ୍ତ୍ରୀ କେସିଆର ସ୍ମୃତିଚାରଣ କରିବା ସହିତ ବିଜୟ ସରକାରୀ କର୍ମଚାରୀ ତଥା ଲୋକପ୍ରତିନିଧି ଭାବେ ଜନମାନସରେ ପରିଚିତ ଥିବା ନେଇ ସରକାରଙ୍କ ତରଫରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ବିଜୟଙ୍କ ଅନ୍ତିମ ସଂସ୍କାର ରାଜ୍ୟ ସମ୍ମାନ ସହ କରିବାକୁ ସିଏମ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.