fbpx

(Video) ମାନବପ୍ରେମୀ ଆଦିତ୍ୟଙ୍କ ଆଶ୍ରମ ହାତେଇବାକୁ ହୋଇଥିଲା ଷଡ଼ଯନ୍ତ୍ର: ବିକାଶର କଳାରାଜ୍ ଖୋଲିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୦ ମସିହା ଜୁଲାଇ ମାସ ୭ ତାରିଖରେ ରାଜଧାନୀ ଭୁବନେଶ୍ୱରର ଯୁବ ସମାଜବେଦୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ଆଜି ପର୍ଯ୍ୟନ୍ତ ବି ରହସ୍ୟ ହୋଇ ରହିଯାଇଛି ।
ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ ଏନେଇ ତାଙ୍କର ପତ୍ନୀ ବିଦ୍ୟାଶ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆଶ୍ରମର ଚେୟାରମ୍ୟାନ ପଦକୁ ହାତେଇବା ବିକାଶଙ୍କର ଉଦ୍ଦେଶ୍ୟ ରହିଥିଲା । ଆଦିତ୍ୟଙ୍କର ବାପା-ମାଆଙ୍କୁ ଜନତାଙ୍କୁ ଦେଖାଇ ଅର୍ଥ ଯୋଗାଡ଼ କରିବାକୁ ସେ ଚାହୁଁଥିଲେ । ମାତ୍ର ବାପା-ମାଆ ନିଜର ପୁଅକୁ ହରାଇ ଭାଙ୍ଗିପଡ଼ିଥିଲେ ମଧ୍ୟ ଧୀରେଧୀରେ ସେମାନେ ବିକାଶର କାର୍ଯ୍ୟକଳାପକୁ ସେ ସନ୍ଦେହ ପ୍ରକାଶ କରିଥିଲେ । କେଉଁଠୁ କେତେ ପଇସା ଆସୁଛି, ଲୋକଙ୍କ କାର୍ଯ୍ୟରେ ତାହା ଲାଗୁଛି କି ନା ତାହା ଅନୁଧ୍ୟାନ କରିବା ପରେ ସବୁ କିଛି ସାମ୍ନାକୁ ଆସିଥିଲା ।
ବାପା-ମାଆଙ୍କୁ ଆଶ୍ରମରୁ ହଟାଇବାକୁ ପାଇଁ ଆଶ୍ରମର ଜଣେ ପୁରୁଣା ମାଉସୀଙ୍କୁ ବିକାଶ ପ୍ରବର୍ତ୍ତାଇଥିଲେ । ଏପରିକି ମାଉସୀଙ୍କ ପାଇଁ ଆଶ୍ରମ ତିଆରି କରିଥିଲେ ବୋଲି ସେ ବାଇଟ୍ ମଧ୍ୟ ଦେଇଥିଲେ । ତେବେ ଗତ ତିନିଦିନ ହେଲା ସେଇ ମାଉସୀ କେଉଁ ମନ୍ଦିରରେ ଶୋଇଥିବା ନେଇ ଆମ ପାଖକୁ କଲ୍ ଉପରେ କଲ୍ ଆସୁଛି । ସେଥିପାଇଁ ଆମେ ମିଡ଼ିଆର ସାହାଯ୍ୟ ନେଇ ମାଉସୀଙ୍କ ପାଖକୁ ଯାଇଥିଲୁ । ଏହାପରେ ମାଉସୀ ସବୁ କଥା କଥା ମାନିଯାଇଥିଲେ । ବାପା-ମାଆଙ୍କ ବିରୋଧରେ କହିବାକୁ ବିକାଶ ତାଙ୍କୁ ପ୍ରବର୍ତ୍ତାଇଥିବା ମାଉସୀ କହିଥିଲେ । ତାଙ୍କ କଥାରେ ନ ଚାଲିଲେ ମାଉସୀଙ୍କୁ ଆଶ୍ରମରୁ ତାଙ୍କୁ ବାହାର କରିଦେବାକୁ ବିକାଶ କହିଥିବା ମାଉସୀ କହିଥିଲେ । ତେଣୁ ଆଗକୁ ପଛକୁ କେହି ନଥିବାରୁ ମାଉସୀ ବାପା-ମାଆଙ୍କ ନାଁରେ ମିଛ କହିଥିଲେ । ତେବେ ଯିଏ ବାପା-ମା’ଙ୍କୁ ନେଇ ଚକ୍ରାନ୍ତ କରିପାରୁଛି, ସିଏ ଆଦିତ୍ୟଙ୍କ ପଛରେ କ’ଣ କରିନଥିବ ବୋଲି ବିଦ୍ୟାଶୀ କହିଛନ୍ତି ।

Get real time updates directly on you device, subscribe now.