ୱିଣ୍ଡୋ ଗ୍ଲାସ ଭେଦ କରି ଆସୁଥିବା ସୂର୍ୟ୍ୟ କିରଣରୁ ଆମେ ଭିଟାମିନ୍ ଡି ପାଉଛେ କି ନାହିଁ? ଜାଣନ୍ତୁ ବିଶେଷଜ୍ଞ ଠାରୁ ଉତ୍ତର …..

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଏକ ପୋଷକ ତତ୍ତ୍ୱ ଯାହା କେବଳ ହାଡ, ଦାନ୍ତ ଏବଂ ମାଂସପେଶୀକୁ ମଜବୁତ କରେ ନାହିଁ ବରଂ ଶରୀରକୁ କ୍ୟାଲସିୟମ ଏବଂ ଫସଫରସ୍ ଭଳି ଉପାଦାନ ଦେବାରେ ସାହାଯ୍ୟ କରେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଦ୍ଧୃି କରିବା ସହ ଏବଂ ଶରୀରକୁ ରୋଗ ଠାରୁ ଦୂରରେ ରଖେ । ଭିଟାମିନ୍ ଡି ର ଅଭାବ ହେତୁ ଆପଣଙ୍କୁ ପିଠି ଯନ୍ତ୍ରଣା, ଥକାପଣ, ଦୁର୍ବଳତା, ଉଦାସୀନତା, କେଶ ଝଡିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଆମେ ସମସ୍ତେ ଜାଣୁ ଯେ ସୂର୍ୟ୍ୟକିରଣ ହେଉଛି ଭିଟାମିନ୍ ଡି ର ସର୍ବୋତ୍ତମ ଉତ୍ସ, ତେଣୁ ଏହାକୁ ‘ସୂର୍ୟ୍ୟକିରଣ’ ଭିଟାମିନ୍ ମଧ୍ୟ କୁହାଯାଏ । ଏହା ମାନବ ଶରୀରର ଭିଟାମିନ୍ ଡି ର ଦୈନନ୍ଦିନ ଆବଶ୍ୟକତା କିପରି ପୂରଣ କରେ ଏବଂ ସୂର୍ୟ୍ୟ କିରଣରୁ ଆମେ କେତେ ଭିଟାମିନ୍ ଡି ପାଇପାରିବା ଆସନ୍ତୁ ବିଶେଷଜ୍ଞଙ୍କ ଠାରୁ ଜାଣିବା
ଶରୀରରେ ଭିଟାମିନ୍ ଡି କିପରି ସୃଷ୍ଟି ହୁଏ?

ନିକଟରେ ଇନଷ୍ଟାଗ୍ରାମରେ ଭିଟାମିନ୍ ଡି ସହ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ ବିଶେଷଜ୍ଞ କହିଥିଲେ ଯେ ୱିଣ୍ଡୋ ଗ୍ଲାସରୁ ଆସୁଥିବା ସୂର୍ୟ୍ୟ କିରଣ ମଧ୍ୟ ଭିଟାମିନ୍ ଡି ଯୋଗାଏ କି ନାହିଁ? ଏହା ଶରୀରରେ ଭିଟାମିନ୍ ଡି ଉତ୍ପନ କରାଏ ।

ଏହା ଉପରେ ବିଶେଷଜ୍ଞ ଲୁକ କାଉଟିନୋ କହିଛନ୍ତି, ସୂର୍ୟ୍ୟକିରଣ ପ୍ରକୃତରେ ଆପଣଙ୍କୁ ଭିଟାମିନ୍ ଡି ଯୋଗାଏ ନାହିଁ, କିନ୍ତୁ ଆପଣଙ୍କ ଶରୀର ଭିଟାମିନ୍ ଡି ଉତ୍ପାଦନ କରେ। ଯେତେବେଳେ ତୁମର ଚର୍ମ ସୂର୍ୟ୍ୟର ଅତିବାଇଗଣି ରଶ୍ମିର ସଂସ୍ପର୍ଶରେ ଆସେ, ଏହା ଶରୀରରେ ଭିଟାମିନ୍ ଡି ତିଆରି କରିବାର ପ୍ରକ୍ରିୟା ଆରମ୍ଭ କରେ । ଏହା ପରେ ଆପଣଙ୍କ ଶରୀର ଏହାକୁ କ୍ୟାଲସିୟମ ଅବଶୋଷଣ ପାଇଁ ଏବଂ ହାଡର ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ହରମୋନାଲ ସନ୍ତୁଳନ ପାଇଁ ବ୍ୟବହାର କରିଥାଏ ।

କିନ୍ତୁ ଯଦି ସୂର୍ୟ୍ୟକିରଣରେ ଆପଣଙ୍କ ଚର୍ମରେ ପଡିଲା ପରେ ଏହା ତ୍ୱଚାକୁ କଷ୍ଟ ଦେଉଛି, ତେବେ ବୁଝିଯିବେ ଭୁଲ ସମୟରେ ଆପଣ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଛନ୍ତି । ଏଥିରୁ ବର୍ତ୍ତିକି ରୁହନ୍ତୁ । କାଣର ଏହା ତ୍ୱଚା ପାଇଁ ହାନିକାରକ ହୋଇପାରେ ।

ଆପଣ କେଉଁ ଦେଶରେ ରହୁଛନ୍ତି ଏବଂ ତାହାର ଜଳବାୟୁ ଏହା ଅନେକ ପ୍ରଭାବ ପକାଏ । ଏହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ଆପଣ ସୂର୍ୟ୍ୟକିରଣରେ କୌଣସି କଷ୍ଟ ଅନୁଭବ କରୁନାହାଁନ୍ତି, ତେବେ ଏଥିରୁ ସମସ୍ତ ଲାଭ ପାଇବା ପାଇଁ ଆପଣଙ୍କୁ ଅତି କମରେ ୧୫ ମିନିଟରୁ ଏକ ଘଣ୍ଟା ସୂର୍ୟ୍ୟକିରଣରେ ରହିବାକୁ ପଡିବ । ଭିଟାମିନ୍ ଡି ର ଉପକାରିତା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ଅନୁଯାୟୀ, ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣ ପରିଚାଳନା ଏବଂ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ହାଡ, ଦାନ୍ତ ଏବଂ ମାଂସପେଶୀକୁ ମଜବୁତ୍ ରଖିବା ପାଇଁ ଭିଟାମିନ୍ ଡିର ବହୁତ ଆବଶ୍ୟକ ରହିଛି ।

ଭିଟାମିନ୍ ଡି ର ଅଭାବ ପିଲାମାନଙ୍କଠାରେ ରିକେଟ୍ ଏବଂ ବୟସ୍କମାନଙ୍କଠାରେ ଅଷ୍ଟିଓମାଲାସିଆ ଭଳି ହାଡ ରୋଗର କାରଣ ହୋଇପାରେ । ଏହା ବ୍ୟତୀତ ଥକାପଣ, ଦୁର୍ବଳତା, ହାଡ ଯନ୍ତ୍ରଣା, ମନୋବଳ ପରିବର୍ତ୍ତନ, କେଶ ଝଡିବା, ମାଂସପେଶୀ ଦୁର୍ବଳତା, ଭୋକ ନଷ୍ଟ ହେବା ଏବଂ ବାରମ୍ବାର ଅସୁସ୍ଥ ହେବା ମଧ୍ୟ ଭିଟାମିନ୍ ଡି ଅଭାବର ଲକ୍ଷଣ ।