fbpx

ଦର୍ଶକଙ୍କ ଉପରେ ଚାଲିଲା ରଣବୀରଙ୍କ ‘ମକ୍କାରୀ’ ର ଯାଦୁ, ୯ ଦିନରେ ଫିଲ୍ମ ରୋଜଗାର କଲା ଏତିକି କୋଟି

ନୂଆଦିଲ୍ଲୀ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଏବଂ କ୍ରମାଗତ ଭାବରେ ଏହା ସଫଳତାର ସହ ଆଗେଇ ଚାଲିଛି। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ହୋଲି ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବହୁତ ରୋଜଗାର କରିଛି ଏବଂ ଖୁବ୍ ଶୀଘ୍ର ଫିଲ୍ମର ପ୍ରବେଶ ୧୦୦ କୋଟି କ୍ଲବରେ ହେବ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ରଣବୀର ଏବଂ ଶ୍ରଦ୍ଧାଙ୍କ ଯୋଡି ବଡ଼ ପରଦାରେ ନଜର ଆସିଛି। ଉଭୟଙ୍କ କେମେଷ୍ଟ୍ରି ଲୋକଙ୍କ ହୃଦୟ ଜିତି ପାରିଛି। ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ ର ଉଦଘାଟନ ଭଲ ଥିଲା ଏବଂ ସେବେଠାରୁ ଫିଲ୍ମ ବକ୍ସ ଅଫିସରେ ନିଜର ସ୍ଥିତି ବଜାୟ ରଖିଛି।

ଆଗାମୀ ଏକ କିମ୍ବା ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ। ଏଥି ସହିତ ବିଶ୍ୱରେ ଏହି ଚଳଚ୍ଚିତ୍ରର ଆୟ ୧୦୦ କୋଟି ଅତିକ୍ରମ କରିଛି। ଚଳଚ୍ଚିତ୍ରଟି ଏହାର ଉଦଘାଟନୀ ଦିନରେ ୧୫ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରଟି ସୋମବାର ୬ କୋଟି, ମଙ୍ଗଳବାର ଦିନ ୬.୦୨, ବୁଧବାର ଦିନ ପ୍ରାୟ ୫.୫୭କୋଟି ରୋଜଗାର କରିଛି। ରିପୋର୍ଟ ଅନୁଯାୟୀ, ରିଲିଜ୍ ର ୯ମ ଦିନରେ ଅର୍ଥାତ୍ ଗୁରୁବାର ଦିନ ‘ତୁ ଝୁଟି ମେଁ ମକ୍କାର’ ବକ୍ସ ଅଫିସରେ ୪.୮୦ କୋଟି ଟଙ୍କା ବ୍ୟବସାୟ କରିଛି। ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ବକ୍ସ ଅଫିସରେ ୯୨.୭୧କୋଟି ସଂଗ୍ରହ କରିଛି।

ସପ୍ତାହ ଶେଷ ହେବାକୁ ବସିଲାଣି ତେଣୁ ଆଶା କରାଯାଉଛି ଯେ, ଶନିବାର-ରବିବାର ସୁଦ୍ଧା ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ରୋଜଗାର କରିବ। ଫିଲ୍ମର ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଗଲେ ପ୍ୟାର୍ କା ପୁଞ୍ଚନାମା ଏବଂ ସୋନୁ କେ ଟିଟୁ କି ମିଠା ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଲଭ୍ ରଂଜନ ଏହା କରିଛନ୍ତି।

Get real time updates directly on you device, subscribe now.