fbpx
BJD SKY
BJD SKY

ରାଜସ୍ଥାନରେ ୧୯ଟି ନୂତନ ଜିଲ୍ଲା ଗଠନ ପାଇଁ ଘୋଷଣା, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍

BJD

ଜୟପୁର: ରାଜସ୍ଥାନରେ ଗଢି ଉଠିବ ୧୯ଟି ନୂଆ ଜିଲ୍ଲା । ଏ ନେଇ ରାଜସ୍ତାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରଥମରୁ ୩୩ଟି ଜିଲ୍ଲା ରହିଥିବା ବେଳେ ବର୍ତ୍ତମାନ ଏଥିରେ ୧୯ଟି ଜିଲ୍ଲା ପୁଣି ସାମିଲ ହେବାକୁ ଯାଉଛି । ତେବେ ଏହାଦ୍ୱାରା ରାଜସ୍ଥାନର ମୋଟ ଜିଲ୍ଲା ୫୨କୁ ବୃଦ୍ଧି ପାଇବ । ସେହିପରି ରାଜ୍ୟରେ ଆଉ ୩ଟି ନୂଆ ଡିଭିଜନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି ।

Sachin Pilot traitor, can't be made Rajasthan CM: Ashok Gehlot

ରାଜ୍ୟରେ ନୂଆ ଜିଲ୍ଲା ସୃଷ୍ଟି ହେବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନୁପଗଡ, ବାଲୋତରା ବ୍ୟବର, ଡିଗ୍, ଡିଡୱାନା, ଦୁଦୁ, ଗଙ୍ଗାପୁର, ସିଟି, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, କେକଡୀ, ନୀମକଥାନା, ସଲୁମ୍ବର, ଶାହପୁରା, ଖେରଥଲ ଇତ୍ୟାଦି ନାମରେ ନୂଆ ଜିଲ୍ଲାକୁ ନାମିତ କରାଯାଇଛି । ଏହାବ୍ୟତୀତ ବାଂସୱାଡା, ସୀକର ଏବଂ ପାଲୀ ନାମରେ ୩ଟି ନୂଆ ଡିଭିଜନ ପ୍ରସ୍ତୁତ କରିବେ ରାଜ୍ୟ ସରକାର । ଏ ନେଇ ସଂସଦରେ ଘୋଷଣା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Get real time updates directly on you device, subscribe now.