fbpx

ଭାରତ ଛାଡି ଇଂଲଣ୍ଡ ଦଳରୁ ଖେଳିବେ ଅର୍ଶଦୀପ ସିଂହ: କ’ଣ ରହିଛି ପ୍ରକୃତ ସତ୍ୟତା?

ଚଣ୍ଡୀଗଡ: ଟିମ ଇଣ୍ଡିଆ ଏବଂ ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଏବେ ଭାରତ ଛାଡି ଆଉ ଏକ ଦଳ ପକ୍ଷରୁ ଖେଳିବେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି । ଏହି ଖେଳାଳି ହେଉଛନ୍ତି ଟି-୨୦ କ୍ରିକେଟରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଅର୍ଶଦୀପ ସିଂହ । ଆଗକୁ ସେ ଇଂଲଣ୍ଡରେ ଖେଳୁଥିବାର ନଜର ଆସିବେ । ଟିମ ଇଣ୍ଡିଆ ପାଇଁ ୩ଟି ଦିନିକିଆ ଏବଂ ୨୬ଟି ଟି-୨୦ ମ୍ୟାଚ ଖେଳିଥିବା ଅର୍ଶଦୀପଙ୍କ ଏହି ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଭାରତୀୟ କ୍ରିକେଟ ଟିମର କୋଚ ରାହୁଲ ଦ୍ରାବିଡଙ୍କ ଉପଦେଶକ୍ରମେ ଅର୍ଶଦୀପ ସିଂହ ଇଂଲଣ୍ଡର ଏକ ଦଳ ପକ୍ଷରୁ ଖେଳିବାକୁ ରାଜି ହୋଇଛନ୍ତି । ଇଂଲଣ୍ଡରେ ଆୟୋଜନ ହେବାକୁ ଥିବା କାଉଣ୍ଟି କ୍ରିକେଟରେ ବିଦେଶୀ ଖେଳାଳି ଭାବେ ଯୋଗ ଦେବେ ଟିମ ଇଣ୍ଡିଆର ଷ୍ଟାର ବୋଲର । ଟୁର୍ଣ୍ଣାମେଣ୍ଟର କେଣ୍ଟ ଟିମ ତରଫରୁ ଖେଳୁଥିବାର ନଜର ଆସିବେ ଅର୍ଶଦୀପ । ଆସନ୍ତା ୧୧ ତାରିଖରୁ ୨୮ ତାରିଖ ଭିତରେ ୫ଟି ମ୍ୟାଚ ଖେଳିବେ ଅର୍ଶଦୀପ । ଏ ନେଇ ସେ କହିଛନ୍ତି ଯେ, ଇଂଲଣ୍ଡରେ ଲାଲ ବଲରେ ଖେଳିବା ପାଇଁ ମୁଁ ଖୁବ ଉତ୍ସାହିତ ଅଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର କୌଶଳରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ଅର୍ଶଦୀପ । ଶମଶେର ସିଂହ, ରାହୁଲ ଦ୍ରାବିଡ ଏବଂ ନବଦୀପ ସୈନୀଙ୍କ ପରେ ତୃତୀୟ ଭାରତୀୟ ଖେଳାଳି ଭାବେ ଅର୍ଶଦୀପ କେଣ୍ଟ ଟିମ ସହ ଯୋଡି ହେବାକୁ ଯାଉଛନ୍ତି ।

ଭାରତ ପକ୍ଷରୁ ୩ଟି ଦିନିକିଆରେ ଗୋଟିଏ ବି ସପଳତା ହାସଲ କରିପାରିନାହାନ୍ତି ଅର୍ଶଦୀପ । ତେବେ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟର ୨୬ଟି ମ୍ୟାଚରୁ ୪୧ଟି ୱିକେଟ ନେଇ ଭାରତ ପାଇଁ ପ୍ରମୁଖ ବୋଲର ପାଲଟିଛନ୍ତି । ଗତ ଟି-୨୦ ବିଶ୍ୱକପରେ ଅର୍ଶଦୀପ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ । ପଞ୍ଜାବ ତରଫରୁ ଘରୋଇ କ୍ରିକେଟ ଖେଳୁଥିବା ଅର୍ଶଦୀପ ସିଂହ ୭ ମ୍ୟାଚରେ ୧୨ ଇନିଂସରୁ ୨୫ଟି ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.