fbpx

ଏହି ଦଳ ଜିତିବ ଦିନିକିଆ ବିଶ୍ୱକପ୍-୨୦୨୩ ଟ୍ରଫି: ବ୍ରେଟ ଲି’ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । ଚଳିତବର୍ଷ ଆଇସିସିର ଏହି ମେଗା ଇଭେଣ୍ଟ ଭାରତରେ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ତେବେ ଆସନ୍ତା ଦିନିକିଆ ବିଶ୍ୱକପକୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ଜଣେ ପୂର୍ବତନ କ୍ରିକେଟର ବ୍ରେଟ ଲି’ । ଏହି ବିଶ୍ୱକପରେ କେଉଁ ଦଳ ଟ୍ରଫି ହାତେଇବ ସେ ନେଇ ପୂର୍ବରୁ ଉତ୍ତର ରଖି ସାରିଛନ୍ତି ଏହି ମହାନ ଖେଳାଳି ।

ଅଷ୍ଟ୍ରେଲିଆ ଦଳର ପୂର୍ବତନ ଷ୍ଟାର ବୋଲର ବ୍ରେଟ ଲି’ ଆସନ୍ତା ଦିନିକିଆକୁ ନେଇ ଏମିତି ଏକ ଭବିଷ୍ୟବାଣୀ କରିଛନ୍ତି । ଦିନିକିଆ ବିଶ୍ୱକପରେ କେଉଁ ଦଳ ବିଜେତା ହେବ, ଏହାର ଉତ୍ତର ରଖିଛନ୍ତି ବେଟ ଲି’ । ସେ କହିଛନ୍ତି ଯେ, ଏହି ବିଶ୍ୱକପରେ ଭାରତ ଚମ୍ପିଆନ ହେବାର ଅଧିକ ସମ୍ଭାବନା ରହିଛି । କାରଣ ଚଳିତବର୍ଷ ଦିନିକିଆ ବିଶ୍ୱକପ ଭାରତରେ ଆୟୋଜନ ହେବାକୁ ଯାଉଛି । ଏବଂ ଭାରତକୁ ନିଜ ମାଟିରେ ହରାଇବା ଅନ୍ୟ ଦେଶଗୁଡିକ ପାଇଁ କଷ୍ଟକର ହେବ । ଭାରତୀୟ ପରିସ୍ଥିତି ବିଷୟରେ ଟିମ ଇଣ୍ଡିଆ ବେଶ୍ ପରିଚିତ । ତେଣୁ ଏହି ବିଶ୍ୱକପରେ ଭାରତ ପ୍ରବଳ ଦାବିଦାର ବୋଲି କହିଛନ୍ତି ବ୍ରେଟ ଲି ।

Cricket Australia First Test vs West Indies series: Brett lee's big concern with Aussie selections | news.com.au — Australia's leading news site

ଏହାବ୍ୟତୀତ ଜୁନ ୭ ତାରିଖରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚକୁ ନେଇ ମଧ୍ୟ ସେ ବଡ ବୟାନ ଦେଇଛନ୍ତି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଭାରତ ମୁହାଁମୁହିଁ ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ଏହାକୁ ହାସଲ କରିବ ବୋଲି କହିଛନ୍ତି ବ୍ରେଟ ଲି । ଭାରତ ଖୁବ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଏହି ମ୍ୟାଚ ଓଭାଲ ମଇଦାନରେ ଖେଳାଯିବ । ତେଣୁ ସେଠାକାର ପରିସ୍ଥିତି ଅଷ୍ଟ୍ରେଲିଆ ପାଇଁ ଅଧିକ ଅନୁକୂଳା ହୋଇପାରିବ । ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଅଷ୍ଟ୍ରେଲିଆ ଭାରତ ଉପରେ ଭାରୀ ପଡିପାରେ ।

Get real time updates directly on you device, subscribe now.