fbpx

ବଦଳିବ ନିୟମ : PPF ଓ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ନୂଆ ନିୟମ ଆଣିବେ ସରକାର

PPF ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଜଡିତ ଥିବା ଲୋକଙ୍କ ପାଇଁ ବଡ ଖବର । ସରକାରଙ୍କ ତରଫରୁ ଏବେ ଏହି ଯୋଜନାରେ କିଛି ଟା ପରିବର୍ତ୍ତନ ହେବାକୁ ଅଛି। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଙ୍କ ତରଫରୁ ଛୋଟ ବଚତ ଖାତାରେ ନିବେଶ କରିବାର ପ୍ରକ୍ରିୟା ରେ କିଛି ଟା ପରିବର୍ତ୍ତନ ହେବ ।

ସ୍ମଲ ସେଭିଂ ସ୍କିମରେ ଛାଡ଼ ଦେବାର ଗୋଟିଏ ଲକ୍ଷ୍ୟ ସରକାରଙ୍କ ତରଫରୁ ଏହି ଯୋଜାନରେ ଯେପରି ଅଧିକ ରୁ ଅଧିକ ଲୋକ ଯୋଡ଼ି ହୋଇପାରିବେ। ସୂଚନା ଅନୁସାରେ ବିତ୍ତ ମନ୍ତ୍ରାଳୟର ଅଧିକାରୀଙ୍କ ତରଫରୁ ଜଣାପଡ଼ିଛି ଯେ ଲୋକଙ୍କ ପାନ କାର୍ଡ ସ୍ଥାନରେ ଆଧାର କାର୍ଡର ବ୍ୟବହାର କରି ସ୍ମଲ ସେଭିଂ ସ୍କିମରେ ନିବେଶ କରିପାରିବେ।

ଗ୍ରାମୀଣ କ୍ଷେତ୍ରରେ ଅଧିକ ଫାଇଦା ଯୋଗାଇବା ପାଇଁ ଯୋଜନା ଚାଲିଛି। ଏହି ପରିବର୍ତ୍ତନ କମ ଆୟ କରୁଥିବା ଗ୍ରାମୀଣ ପରିବେଶରେ ରହୁଥିବା ଲୋକଙ୍କୁ ସ୍ମଲ ସେଭିଂ ର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରିବ। ଆପଣଙ୍କୁ କହିଦେବାକୁ ଚାହୁଁ ଯେ ଦେଶରେ ବଡ଼ ସଂଖ୍ୟାରେ ଲୋକଙ୍କ ପାଖରେ ପାନ କାର୍ଡ ତୁଳନାରେ ଆଧାର କାର୍ଡ ରହିଛି। ତେବେ ପାନ କାର୍ଡ ମୋଟ ଉପରେ ବହୁତ କମ ଲୋକଙ୍କ ଉପରେ ରହିଛି।

ବିତ୍ତ ମନ୍ତ୍ରାଳୟରୁ ମିଳିଥିବା ସୁଚନା ଅନୁସାରେ ପିପିଏଫ ଓ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସ୍ମଲ ସେଭିଂ ସ୍କିମରେ କେଓ୍ଵାଇସି ଜନ ଧନ ଖାତା ପାଇଁ କରାଯାଇଛି। ଏହାବ୍ୟତିତ ନିବେଶକଙ୍କ ମୃତ୍ୟୁ ପରେ ସରକାର କ୍ଲେମ ସହ ଜଡ଼ିତ ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ କମା କରୁଛନ୍ତି। ତେବେ ଅନେକ ଥର କ୍ଲେମ ସହ ଜଡ଼ିତ ମୃତକଙ୍କ ପରିବାରକୁ ଅର୍ଥ ରାଶି ମିଳିବାରେ ସମସ୍ୟା ହେଉଛି। ତେଣୁ ଏହାକୁ ଦୂର କରିବା ସହିତ ସ୍କିମର ନୋମିନେସନ ପ୍ରକ୍ରିୟା କୁ ଆହୁରି ସରଳିକରଣ କରାଯିବ।

ଏହାବ୍ୟତିତ ମାର୍ଚ୍ଚରେ ପୂରା ହେବାକୁ ଥିବା ତିନିମାସ ରେ ସ୍ମଲ ସେଭିଂ ସ୍କିମରେ ମିଳୁଥିବା ସୁଧ ଦର ସରକାର ଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୩ ମାସକୁ ଥରେ ସରକାରଙ୍କ ତରଫରୁ ଏହି ସ୍କିମର ସୁଧ କୁ ନେଇ ସମୀକ୍ଷା କରାଯାଏ। ତେବେ ଗତ କିଛି ଦିନ ହେଲା ଏଥିରେ କିଛି ପରିବର୍ତ୍ତନ ହୋଇନାହିଁ। ଏବେ ଇପିଏଫଓ ତରଫରୁ ସୁଧ ଦର ବଢ଼ାଇବା ପରେ ସ୍ମଲ ସେଭିଂ ଖାତାରେ ସୁଧ ଦର ବଢ଼ିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.