fbpx

ସଡ଼କ ସୁରକ୍ଷା ସପ୍ତାହରେ କଡ଼ାକଡ଼ି ହେବ ନିୟମ, ବିନା ହେଲମେଟରେ ମିଳିବନି ପେଟ୍ରୋଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ । ଏହି ଅବସରରେ ସପ୍ତାହବ୍ୟାପୀ ବିନା ହେଲ୍‌ମେଟ୍‌ରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ଦିଆନଯିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦ ତାରିଖ ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭.୦୬ % ବୃଦ୍ଧି ପାଇଛି ।

କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫% କମିଛି । ଗତ ବର୍ଷ ୧୪୫ଜଣ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଆଗାମୀ ଦିନରେ ବାଇକ ଚାଳକଙ୍କ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ବ୍ୟବହାର କରିବା, ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଯାନବାହନ ଚଳାଇବାକୁ ନଦେବା, ଚାରି ଚକିଆ ଯାନରେ ସର୍ବଦା ସିଲ୍‌ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ । ଗାଡ଼ିଚାଳକଙ୍କୁ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ରଖିବା ନିମନ୍ତେ ମଧ୍ୟ ଅନୁରୋଧ କରାଯିବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.