fbpx

ରାମନବମୀ ହିଂସା ସମୟରେ ଲୁଟି ନେଲେ ୩ କୋଟିର ମୋବାଇଲ , ବିଜେପି ନେତାଙ୍କ ଭାଇ ଦୋକାନରୁ ଚୋରି ଅଭିଯୋଗ

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ରାମନବମୀଙ୍କୁ ନେଇ ହିଂସା ଦେଖାଯାଇଥିଲା । ପଥର ଫିଙ୍ଗିବା ଠାରୁ ଆରମ୍ଭ କରି ପୋଡାଜଳା ପର୍ଯ୍ୟନ୍ତ ଏବଂ କେତେକସ୍ଥାନରେ ଫାଙ୍ଗା ଗୁଳି ଚାଳନ ହୋଇଥିଲା । ଗୁଜୁରାଟ ଓ ବିହାରରେ ପଥର ଫିଙ୍ଗା ହୋଇଥିବାବେଳେ ପଶ୍ଚିମବଙ୍ଗରେ ନିଆଁ ଜଳିଥିଲା । ଏଥିରେ ଅନେକ ଗାଡି ଜଳିଥିବା ସୂଚନା ମିଳିଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଆହୁରି ଅନେକ ଘଟଣା ଘଟିଛି । ଅନେକ ଘର ଓ ଗାଡିରେ ନିଆଁ ଲାଗିଥିବାବେଳେ କେତେକ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି । ଜଣେ ବିଜେପି ନେତାଙ୍କ ଭାଇ ଦୋକାନରୁ ୩କୋଟି ଟଙ୍କାର ମୋବାଇଲ ଚୋରି ହୋଇଥିବା ସୂଚନା ମିଳିଛି ।

ମୁମ୍ବାଇର ବାସିନ୍ଦା ଜାଭେଦ ବିହାର ସରିଫର ମୁଖ୍ୟ ବଜାରରେ ଡିଜିଟାଲ ଡୁନିଆ ନାମକ ଏକ ଷ୍ଟୋର ଖୋଲିଛନ୍ତି। ହିଂସା ଦିନ ଦୁର୍ବୃତ୍ତମାନେ ତାଙ୍କ ଦୋକାନକୁ ମଧ୍ୟ ଟାର୍ଗେଟ କରିଥିଲେ । ସେଠାରେ ଭଙ୍ଗାରୁଜା କରିଥିଲେ। ଏହା ପରେ ପ୍ରାୟ ସାଢେ ତିନି କୋଟି ମୂଲ୍ୟର ଇଲେକ୍ଟ୍ରୋନିକ୍ ସାମଗ୍ରୀ, ମୋବାଇଲ୍, ଲାପଟପ୍ ଲୁଟ୍ ହୋଇଥିଲା। ତାଙ୍କର ଡିଜିଟାଲ୍ ଦୁନିୟା ନାମରେ ବିହାରରେ ଆଠଟି ଷ୍ଟୋର ଅଛି । ତେବେ ଜାଭେଦ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି କି ନାହିଁ ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Get real time updates directly on you device, subscribe now.