fbpx

SBI ନା ପୋଷ୍ଟ ଅଫିସ କେଉଁ ଆରଡ଼ିରେ ମିଳୁଛି ଅଧିକ ଫାଇଦା, କାହାକୁ କରି ମାଲାମାଲ ହେଇପାରିବେ; ଜାଣନ୍ତୁ

ଭୁବନେଶ୍ୱର:ସମସ୍ତେ ଟଙ୍କା ଅର୍ଜନ କରୁଛନ୍ତି । ଆଉ ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସବୁ କିଛି ମହଙ୍ଗା ହେଇ ଚାଲିଛି । ଆଉ ଯଦି ଆପଣଙ୍କ ପାଖରେ କୌଣସି ସଞ୍ଚୟ ପ୍ଲାନ ନାହିଁ ତେବେ ଆଗକୁ ଆପଣଙ୍କୁ ଏହା ବହୁତ ଅସୁବିଧାରେ ପକାଇବାରେ ସାହାର୍ଯ୍ୟ ହେବ । ତେଣୁ ଲୋକମାନେ ଏବେ ଠାରୁ ନିଜର ଭବିଷ୍ୟତ ଚିନ୍ତା କରି ଟଙ୍କା ସଞ୍ଚୟ କରିବାରୁ ଅଲଗା ଅଲଗା ମାଧ୍ୟମ ଦେଖୁଛନ୍ତି । କେବଳ ଏତିକି ନୁହେଁ ସେମାନେ ଏଇଟା ମଧ୍ୟ ଦେଖୁଛନ୍ତି କେଉଁଠାରେ ଟଙ୍କା ନିବେଶ କରିଲେ ତାଙ୍କୁ ଅଧିକ ଫାଇଦା ହେବ ।

ସରକାରଙ୍କ ଦ୍ୱାରା ଆଉ ସବୁଠାରୁ ଅଧିକ ଭରଷା ଯୋଗ୍ୟ ଥିବା ଦୁଇଟି ଆଗଧାଡିର ନିବେଶ ସଂସ୍ଥା ହେଉଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଆଉ ପୋଷ୍ଟାଲ । ତେବେ ପୋଷ୍ଟ ଅଫିସ ଆରଡି ଉପରେ ସରକାର ୧ ଏପ୍ରିଲରୁ ସୁଧହାର ବର୍ଦ୍ଧିତ କରିଛନ୍ତି। ବର୍ତମାନ ଏଥିରେ ୫.୮% ରୁ ୬.୨%କୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଫେବୃଆରୀରେ ଦେଶର ବୃହତ୍ତମ ବ୍ୟାଙ୍କ୍ ଏସବିଆଇ ମଧ୍ୟ ଆରଡିର ସୁଧ ହାର ବୃଦ୍ଧି କରିଥିଲା ।

ବର୍ତ୍ତମାନ ଏହା ଆରଡି ଉପରେ ସର୍ବାଧିକ ୭% ସୁଧ ଦେଉଛି। ଆରଡି ମୁଖ୍ୟତଃ ବଡ଼ ସଞ୍ଚୟରେ ସାହାଯ୍ୟ କରିଥାଏ । ଏସ୍‌ବିଆଇ ଆରଡିରେ ଗ୍ରାହକ ୧ ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ବରିଷ୍ଠ ନାଗରିକମାନେ ଏହା ଉପରେ ୦.୫୦% ଅଧିକ ସୁଧ ପାଆନ୍ତି । ଏଥିରେ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ମଧ୍ୟ ନିବେଶକରାଯାଇପାରିବ । ଏହା ସହ ସର୍ବାଧିକ ଜମା ରାଶି ଉପରେ କୌଣସି ସୀମା ନାହିଁ ।

ସେହିଭଳି ଡାକଘର ଆରଡିରେ ୬.୨% ସୁଧ ମିଳୁଛି। ଯେଉଁଥିରେ ଆପଣ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ନିବେଶ କରିପାରିବେ । ଏହାଛଡ଼ା ଆପଣ ୧୦ ଗୁଣାରେ ଯେକୌଣସି ରାଶି ଜମାକରିପାରିବେ । ଏଥିରେ ମଧ୍ୟ ସର୍ବାଧିକ ଜମା ରାଶି ଉପରେ କୌଣସି ସୀମାନାହିଁ । ଯଦି କେହି ପୋଷ୍ଟ ଅଫିସ୍ ଆରଡିରେ ୫ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ୫ ବର୍ଷ ପରେ ପ୍ରାୟ ୭୦ ହଜାର ୪୩୧ ଟଙ୍କା ମିଳିବ। ଅନ୍ୟ ପଟେ,ଯଦି ଆପଣ ଏସ୍‌ଆଇ ଆରଡିରେ ୫ ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୭୦ ହଜାର ୯୮୯ଟଙ୍କା ମିଳିବ।

ଯଦି ବାରମ୍ବାର ଜମା(ଆରଡି) ରୁ ସୁଧଆୟ ୪୦ ହଜାର ଟଙ୍କା (ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କା) ପର୍ଯ୍ୟନ୍ତ ଥାଏ,ତେବେ ଆପଣଙ୍କୁ ଏଥିରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଯଦି ଆୟ ଏହାଠାରୁ ଅଧିକ ଥିବ ; ତେବେ ୧୦% ଟିଡିଏସ୍ କଟାଯାଇଥାଏ। ତେଣୁ ଦେଖିବାକୁ ଗଲେ ଏହି ଦୁଇ ଆପଣଙ୍କ ପାଇଁ ଲାଭ ଆପଣ ଯେକୌଣସିରେ ଆପଣଙ୍କ ଟଙ୍କା ବିନିମୟ କରିପାରିବେ।

Get real time updates directly on you device, subscribe now.