fbpx

ବିପକ୍ଷ ଦଳ ଏକତ୍ର ହେଲେ କ’ଣ ହେବ: ଜନତା ହିଁ ପ୍ରକୃତ ମାଲିକ, ଜନତା ଚାହିଁଲେ ଜିତାଇବେ ଓ ହରାଇବେ- କେଜ୍ରିୱାଲ

ନୂଆଦିଲ୍ଲୀ: ସାରା ଦେଶର ନଜର ଏବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି । ଏହା ମଧ୍ୟରେ ଆସନ୍ତା ମାସରେ କର୍ଣ୍ଣାଟକ ଓ ତା’ପରେ ଚଳିତ ବର୍ଷ ଆଉ ୫ଟି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ବିରୋଧୀ ଦଳର ନେତାଙ୍କ ଉପରେ କେନ୍ଦ୍ର ସରକାର ଇଡି, ସିବିଆଇର ଦୁରୂପଯୋଗ କରୁଥିବା ନେଇ ନିକଟରେ ସୁପ୍ରିମକୋର୍ଟରେ ୧୪ଟି ବିରୋଧୀ ଦଳର ନେତା ପିଟିସନ ଦାୟର କରିଥିଲେ । ଉକ୍ତ ମାମଲାର ଶୁଣାଣି କରିବାକୁ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ ।

ତେବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ସେତିକି ବଢ଼ିବାରେ ଲାଗିଛି ବୋଲି ବିରୋଧୀ ପକ୍ଷ ଅଭିଯୋଗ କରୁଛନ୍ତି । ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ରୋକିବା ପାଇଁ ହେଲେ ବିରୋଧୀମାନେ ଏକଜୁଟ୍ ହେବା ନିହାତି ଜରୁରୀ । ସେଥିପାଇଁ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି (ଆପ) ସହିତ ବହୁ ଜାତୀୟ ଓ ଆଞ୍ଚଳିକ ଦଳ ଏକଜୁଟ୍ ହେବା ନେଇ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ।

କେଜ୍ରି କହିଛନ୍ତି, ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ । ଅନେକ ସମୟରେ ବିରୋଧୀଙ୍କ ଏକତାକୁ ନେଇ ଆଲୋଚନା ହୋଇଥାଏ । ମାତ୍ର ବିରୋଧୀ ଏକତା ଅପେକ୍ଷା ଜନତା ଏକତା ନିହାତି ଜରୁରୀ । ଜନତା ଚାହିଁଲେ ଜଣକୁ ହରାଇବେ ଓ ଜଣଙ୍କୁ ଜିତାଇ ପାରିବେ । ଯେଉଁଦିନ ଜନତା ଏକ ହୋଇଯିବେ, ସେଦିନ କ’ଣ କରାଯିବା ଦରକାର ତାହା ଜନତା ସ୍ଥିର କରିବେ । ବିପକ୍ଷ ଏକତା ଯେତିକି ଗୁରୁତ୍ୱପୂଣର୍ଣ୍ଣ ନୁହେଁ, ଜନତା ଏକତା ସେତିକି ମହତ୍ତ୍ୱପୂର୍ଣ୍ଣ ଅଟେ ।

Get real time updates directly on you device, subscribe now.